ପାଣିର ବ୍ୟବସ୍ଥା ନାହିଁ, ଟାଙ୍କି ପାଇଁ ଖର୍ଚ୍ଚ ହେଉଛି ହଜାର ହଜାର ଟଙ୍କା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବିଭିନ୍ନ ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ନଥିବାବେଳେ ସ୍କୁଲ ମାନଙ୍କୁ ଆସୁତବବା କମ୍ପୋଜିଟ ଗ୍ରାଣ୍ଟରେ କେବଳ ଟାଙ୍କି ବସାଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ ହେବାସହ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ହାଟଡିହି ବ୍ଲକ ଦନେଇପୁର ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଗାଁରେ ଥିବା ସରକାରୀ ଉପ୍ରା ବିଦ୍ୟାଳୟ ସ୍କୁଲରେ ପାନୀୟ ଜଳର ସେପରି ବ୍ୟବସ୍ଥା ନଥିବାବେଳେ ଏକମାତ୍ର ନଳକୂପ ମାସର ଅଧାଧିନ ଅଚଳ ହୋଇ ପଡେ । ଯାହାଦ୍ୱାରା କି ପିଲାମାନେ ପାନୀୟ ଜଳପାଇଁ ନାନା ସମସ୍ୟା ଭୋଗ କରିଥାନ୍ତି । କିନ୍ତୁ ଏବେ ସ୍କୁଲକୁ କମ୍ପୋଜଟ ଗ୍ରାଣ୍ଟ ବାବଦକୁ ୨୫ହଜାର ଯଙ୍କା ଆସିôତବାବେଳେ ସ୍କୁଲ କର୍ତ୍ତୁପକ୍ଷ କେବଳ ୫୦୦ଲିଟରିଆ ପାଣିଟାଙ୍କି ଟିଏ ବସେଇଦେଇ ୨୦ଫୁଟ ପାଇପ ଲଗାଇ କାମ ସାରିଦେଇଛନ୍ତି । ଯାହାକୁ ୧୦ହଜାର ବି ଖର୍ଚ୍ଚ ହୋଇ ନାହିଁ । ଯଦି ଟାଙ୍କିରେ ପାଣି ନରହିବ ତେବେ ଟାଙ୍କି କଣ ପାଇଁ ବୋଲି ଗାଁ ଲୋକେ ପ୍ରଶ୍ନ କରିଚନ୍ତି । ଯଦିବି ପାଣି ନରହିବ ସେ ଟାଙ୍କି ଓ ପାଇପ କେତେଦିନ ରହିବ ବୋଲି କହିଛନ୍ତି । ସେହିପରି ପ୍ରତିବର୍ଷ କିଚେନ ଗାର୍ଡନ ନାଁରେ ଟଙ୍କା ଖର୍ଚ୍ଚ କରାଯାଉଥିଲେବି ଗାର୍ଡନର କୌଣସି ଗଛଟିଏ ବି ନାହିଁ । ଯାହାଦ୍ୱାରାକି ସରକାରଙ୍କ ହଜାର ହଜାର ଟଙ୍କା ପାଣିରେ ପଡୁଛି ବୋଲି ଗ୍ରାମର ୱାର୍ଡସଭ୍ୟ ପ୍ରଭାତ ପୃଷ୍ଟି, ସୁରଥ ପାଣିଗ୍ରାହୀ, ଅଞ୍ଜନା ନାହାକ, ବସନ୍ତ ନାହାକ, ସୁଲୋଚନା ପ୍ରଧାନ, ଶାରୀ ପଲେଇ, ଗୟାଧର ଭୂୟାଁ, କନକ ପାତ୍ର, ରବିନ୍ଦ୍ର ଦେହୁରୀ, ରମେଶ ପଲେଇ, ଭାରତୀ ପଲେଇ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ମହାରଣାଙ୍କୁ ପଚାରିବାରେ ସେ ଗାଇଡ ଲାଇନ ଅନୁଯାଇ କରିଛନ୍ତି ବୋଲି କହିଛନ୍ତି । ଏ ସମ୍ପର୍କରେ ଏବିଇଓ ସୁରେଶ କୁମାର ଜେନାଙ୍କୁ ପଚାରିବାରେ ସେ ଉକ୍ତ ସ୍କୁଲ ପରିଦର୍ଶନ କରି ଅନୁଧ୍ୟାନ କରିବାପରେ କଣ ହୋଇଛି ସେହିଅନୁସାରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ