ଜଳକାରେ ବନ୍ୟା ହଜାର ହଜାର ଏକ ଚାଷଜମି ପାଣିରେ

ବାଲେଶ୍ୱର, (ସରୋଜ ପଣ୍ଡା) : ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପରେ ଗତ ଦୁଇଦିନ ଧରି ଚାଲିଥିବା ଲଗାଣବର୍ଷା ଆଜି ନଥିଲେ ବି ବାଲେଶ୍ୱର ଜିଲାର ପ୍ରମୁଖ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇଛି । ତେବେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳ ପତ୍ତନ ସତର୍କ ସୂଚନାଙ୍କଠାରୁ ବହୁ ନିମ୍ନରେ ପ୍ରବାହିତ ହେଉଥିବା ବେଳେ ଜଳକାରେ ବିପଦ ସୂଚନାର ଉପରେ ଥିବା ଜଣାପଡ଼ିଛି । ସଂଧ୍ୟା ୬ଟା ସୁଦ୍ଧା ଜଳକାରେ ବିପଦ ସୂଚନାଙ୍କ ୫.୫୦ ମିଟର ଠାରୁ ଉପରେ ଅର୍ଥାତ ୬.୧୦ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଥିବା ମଥାନୀ ରିଡିଂ ପଏଣ୍ଟରୁ ସଂଗୃହୀତ ତଥ୍ୟ ଅନୁସାରେ ଜିଲା ଜରୁରୀକାଳୀନ ବିଭାଗ କୁହାଯାଇଛି । ଜଳକା ନଦୀର ବନ୍ୟା ଯୋଗୁଁ ବସ୍ତା ବ୍ଲକର ଆଖପାଖ ତଳିଆ ଅଞ୍ଚଳ ପାଣିଘେରରେ ଥିବା ବେଳେ ହଜାର ହଜାର ଏକର ଚାଷଜମି ବଢ଼ିପାଣିରେ ବୁଡ଼ି ରହିଛି । ପୂର୍ବରୁ ୨/୩ ଥର ବନ୍ୟାରେ ୫୦ ପ୍ରତିଶତରୁ ଅଧିକ ଜମିର ଚାଷ ନଷ୍ଟ ହୋଇଯାଇଥିବା ବେଳେ ଏବେ ଏହି ବନ୍ୟାକୁ ନେଇ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ