ରେଳବାହୀ PSC କମିଟି ଓ ADRM ଙ୍କ ବାଲେଶ୍ୱର ଗସ୍ତ

ବାଲେଶ୍ୱର, (ସରୋଜ ପଣ୍ଡା) : ସୋମବାର ରେଳବାଇ ଯାତ୍ରୀ ସେବା ଓ ସୁବିଧା କମିଟିର ୪ ଜଣ ସଦସ୍ୟ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ, ଶିବରାଜ ଗାନ୍ଧେ (କର୍ଣ୍ଣାଟକ), ଜେ. ନାଗ ମଣି (ମହାରାଷ୍ଟ୍ର) ଓ ବେବି ଚୂନକି (ବିହାର) ବାଲେଶ୍ୱର ଷ୍ଟେସନ ପରିଦର୍ଶନ ନିମନ୍ତେ ଆସିଥିଲେ I କମିଟିର ଗସ୍ତ ସମୟରେ ରେଳବାଇର ଅତିରିକ୍ତ ଡିଭିଜୋନାଲ ମ୍ୟାନେଜେର ଗିରିଶ କୁମାର ବାଲେଶ୍ୱର ଷ୍ଟେସନରେ ଉପସ୍ଥିତ ଥିଲେ I ଏହି ଅବସରରେ ଭାରତୀୟ ଜନତା ପାର୍ଟି ବାଲେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ କମିଟିର ସଦସ୍ୟ ଓ ଏଡିଆରଏମ ଙ୍କୁ ସାକ୍ଷାତ କରି ବାଲେଶ୍ୱର ଜିଲ୍ଲାରେ ରେଳବାଇର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ନୂତନ ପ୍ରକଳ୍ପ, ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ I ଯଥା ବାଲେଶ୍ୱର ରେଳ ଷ୍ଟେସନରେ ପ୍ରସ୍ତାବିତ ନୂତନ ଷ୍ଟେସନ ଗୃହ ନିର୍ମାଣ , ରେଳ ଡେଭେଲପମେଣ୍ଟ ଦ୍ୱାରା ପ୍ରସ୍ତାବିତ ବ୍ୟବସାୟିକ ଗୃହ (Commercial Complex) ନିର୍ମାଣ , ଶୋଭାରାମପୁର ଠାରୁ ଆନନ୍ଦ ବଜାର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ , ଷ୍ଟେସନର ସୌନ୍ଦର୍ଯ୍ୟକରଣ , ଶୋଭାରାମପୁର ଏବଂ ଅଙ୍ଗାରଗଡିଆ ରେଳ ଓଭରବ୍ରିଜର ଶୀଘ୍ର କାର୍ଯ୍ୟ ସମାପ୍ତି , ବାମପଦା ଠାରେ ଥିବା ଲେଭେଲ କ୍ରସିଂର ନିର୍ମାଣ I ଅମର୍ଦା ରୋଡ଼ ଠାରେ ଉଡ଼ନ୍ତା ପୋଲ, ବସ୍ତାରେ ଦୁଇ ଗୋଟି ଉଡ଼ନ୍ତା ପୋଲ , ଜଳେଶ୍ୱର ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ମାର୍କୋଣା ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ସୋରରେ ନୂତନ ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ଜଳେଶ୍ୱରରେ ନୂତନ ଷ୍ଟେସନ ଗୃହର କାର୍ଯ୍ୟ ଆରମ୍ଭ, ଲକ୍ଷଣନାଥ ଠାରୁ ରାଣୀତାଲ ପର୍ଯ୍ୟନ୍ତ ତୃତୀୟ ଲାଇନ୍ର କାର୍ଯ୍ୟ ଖୁବ ଶୀଘ୍ର ସାରିବା ପାଇଁ ଆଲୋଚନା ହୋଇଥିଲା I ହାଉଡ଼ା ରୁ ପୁରୀ ପର୍ଯ୍ୟନ୍ତ ଏକ ଡବଲ ଡେ଼କର ଟ୍ରେନ, ରେଳବାଇ institute ବର୍ତ୍ତମାନ ବନ୍ଦ ଅବସ୍ଥାରେ ଅଛି ତାହାର ପୁନଃ ଆରମ୍ଭ, ଷ୍ଟେସନ ପରିସରରେ ବନ୍ଦ ଥିବା କେଂଟିନ ବ୍ୟବସ୍ଥା ଆରମ୍ଭ କରିବା, ଉତ୍କଳ ଏକ୍ସପ୍ରେସ ଜଳେଶ୍ୱର ଷ୍ଟେସନରେ ରହଣି ବ୍ୟବସ୍ଥା ଆଦି ଆଲୋଚନା ହୋଇଥିଲା ଆଗାମୀ କିଛି ଦିନ ଭିତରେ ରେଳମନ୍ତ୍ରୀଙ୍କର ବାଲେଶ୍ୱର ଗସ୍ତ ଥିବାରୁ ଏ ପ୍ରକାର ଆଲୋଚନା ବହୁତ ଗୁରୁତ୍ୱପୂର୍ଣ୍ଣ ଓ ସକାରାତ୍ମକ ଫଳାଫଳ ମିଳିବ ବୋଲି ଆଶା କରାଯାଉଛି I
ଜିଲା ପ୍ରତିନିଧିଶୟ ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଧର ନାୟକ, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ରେମୁଣା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି କମାଲ ଲୋଚନ ଦାସ, ଉପସଭାପତି କମଳା ବିନ୍ଧାଣି , ସମ୍ପାଦକ ଆଶିଷ ଘୋଷ , ସମ୍ପାଦିକା ପିଙ୍କି ପ୍ରଧାନ , ସଂଯୁକ୍ତା ମହାପାତ୍ର , ସସ୍ମିତା ଚାନ୍ଦ, ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ ସେଠି , ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଯୁବ ମୋର୍ଚା ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା ,ସାଂସଦଙ୍କ ସଦର ବ୍ଲକ ପ୍ରତିନିଧି ସୁଶାନ୍ତ ବେରା, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅଭିପ୍ଶା ନାୟକ, ମହିଳା ମୋର୍ଚ୍ଚା କୋଷାଧକ୍ଷ ଦମୟନ୍ତୀ ବାଗ, ନଗର ସଭାପତି ଚିତ୍ତ ରଞ୍ଜନ ପଣ୍ଡା , ମହିଳା ମୋର୍ଚ୍ଚା ନଗର ସଭାପତି ଶୁଶ୍ମୀତା ପଣ୍ଡା , ମହିଳା ମୋର୍ଚ୍ଚା ତରୁଲତା , ସାବିତ୍ରୀ ପାଣିଗ୍ରାହୀ ,ସଂଯୁକ୍ତ ମହାପାତ୍ର , ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସ୍ୱାଧୀନ ପଣ୍ଡା , ଯୁବ ମୋର୍ଚ୍ଚାର କୋଷାଧକ୍ଷ ସୁରଝଙ୍କାର ସେଠି, ଯୁବ ମୋର୍ଚ୍ଚା ମିଡ଼ିଆ ସଂଯୋଜକ ସୋଭାକର ସାହୁ , ବିଜୟ କୁମାର ସାହୁ , ନାରାୟଣ ମାହାନ୍ତ , ଦୀପକ ସାହୁ , ରାଜେଶ ବେହେରା , ଦିବ୍ୟ ରଞ୍ଜନ ମହାନ୍ତି ଓ ରଶ୍ମି ରଞ୍ଜନ ଜେନା ଭାଗ ନେଇଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ବର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ