ନିଖିଳ ଓଡିଶ। ବାଣାୟତ ଓଡିଆ ସମାଜର ସଭା ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଶାଖା ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ଏକ ସଭା ସ୍ଥାନୀୟ ଲିସା ଗେଲେକ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଖିଳ ଓଡିଆ ସମାଜର ଜିଲ୍ଲା ସଭାପତି ଗନ୍ଧର୍ବ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଣାୟତ ଓଡିଆ ସମାଜର ନିୟମ କାନୁନ୍ ଏବଂ ବାଣାୟତ ଓଡିଆ ସମାଜକୁ ସୁଦୃଢ କରିବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର ସେଠୀ, ଭାସ୍କର ପ୍ରଧାନ, ଚାଷୀ ନେତା ସିମାଂଚଳ ନାହାକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଓଡିଆ ସମାଜର ଇଷ୍ଟ ଦେବୀ ମା ନାରାୟଣୀ, ମା କୁଳ ଗଙ୍ଗାଙ୍କୁ ପୁଜାର୍ଚ୍ଚନା କରି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ଛତ୍ରପୁର ସହର ସମେତ କାଳିଆବାଲି, ମାଟିଖାଲ ଅଂଚଳର ପ୍ରାୟ ୧୦୦ ବାଣାୟତ ଓଡିଆ ପରିବାର ବସବାସ କରୁଥିବାରୁ ଛତ୍ରପୁର ନଗର ତାଲୁକା କମିଟି ଗଠନ କରିବାର ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇ ଜିଲ୍ଲା ସଭାପତିଙ୍କୁ ଛତ୍ରପୁର ନଗର ତାଲୁକା କମିଟି ଗଠନ କରିବା ପାଇଁ ଅନୁରୋଧ କରାଯାଇଥିଲା । ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଛତ୍ରପୁର ନଗର କମିଟି ଗଠନ କରିବା ପାଇଁ ଉଦ୍ୟମ କରିବା ପାଇଁ ଜିଲ୍ଲା ସଭାପତି ପ୍ରତିଶୃତି ଦିଆଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଦେବରାଜ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ରାମ ପରିଡା, ଯୁବ ସମାଜସେବୀ ବାଦଲ ପାଣ୍ଡି, ନିରଞ୍ଜନ ସ୍ୱାଇଁ, ନରେନ୍ଦ୍ର ପ୍ରଧାନ, ରଞ୍ଜନ ନାହାକ, ପୂର୍ଣ୍ଣଞ୍ଜୟ ଜେନା, ଭଗବାନ ସେଠୀ, ରାମଚନ୍ଦ୍ର ଜେନା, ସୋମନାଥ ଜେନା, ଅଙ୍ଗଦ ବିଶ୍ୱାଳ, ପ୍ରକାଶ ସ୍ୱାଇଁ, ଭାସ୍କର ପ୍ରଧାନ, ଯୋଗୀ ପ୍ରଧାନ, ସୁରେନ୍ଦ୍ର ଜେନା, ଟିଟୁ ମଲ୍ଲିକ, ସୁରେଶ ପ୍ରଧାନ, ବିଦେଶୀ ନାହାକ, ପ୍ରଫୁଲ୍ଲ ଜେନାଙ୍କ ସମେତ ଶତାଧିକ ବାଣାୟତ ଓଡିଆ ସମାଜର ଭାଇ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ