ମହିନ୍ଦ୍ରା ମ୍ୟାକ୍ସିମୋ ଓଲଟି ଜଣେ ମୃତ, ୧୫ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଗୁଆର ଗ୍ରାମ ନିକଟରେ ଆଜି ସକାଳ ପ୍ରାୟ ୯ଘଣ୍ଟା ସମୟରେ ଏକ ମହିନ୍ଦ୍ରା ମ୍ୟାକ୍କିମୋ (ଓଡି ୦୭ଏଡି ୨୯୫୭) ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଏଥିରେ ବସିଥିବା ୧୫ଜଣ ଆହତ ହୋଇଥିବାର ଜଣାପଡିଛି । ମୃତକ ଜଣକ ହେଲେ ରେବିଡି ଗ୍ରାମର ଦିଲିଶମଣି ରଇତ (୨୨) ବୋଲି ଜଣାପଡିଛି । ଆହତମାନଙ୍କୁ ପ୍ରଥମେ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଆର୍‌.ଉଦୟଗରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଆର୍‌.ଉଦୟଗରି ଥାନା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ଆଜି ସକାଳୁ ଉକ୍ତ ଗାଡିଟି ରେବିଡି ଗ୍ରାମଠାରୁ ନୂଆଗଡ ଯାଉଥିଲା । ଆଜି ନୂଆଗଡରେ ସାପ୍ତାହିକ ହାଟ ଥିବାରୁ ଏଥିରେ ଅଧିକ ସଂଖ୍ୟକ ଲୋକ ରହିଥିଲେ । ତେବେ ଗୁଆର ଗ୍ରାମ ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇଥିବାରୁ ଗାଡିଟି ଓଲଟି ପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ