ଓଭରଲୋଡିଂ ପାଇଁ ତିନି ପଥର ବୋଝେଇ ହାଇୱା ଜବତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ତହସିଲ ଅଧିନ ଦେବୀନଦୀ ଉପରେ ଥିବା ଶିଖରଘାଟ ସେତୁ ଦେଇ ପ୍ରତ୍ୟହ ହାଇୱା ଗାଡି ଯୋଗେ ଦିନରାତି ଶହ ଶହ ଟ୍ରିପ ପଥର ପରିବହନ ହେଉଛି । ନାଉଗାଁ ବ୍ଲକ ସହିତ ବାଲିକୁଦା ବ୍ଲକରେ ଥିବା ନଦୀ ବନ୍ଧ ଓ ନଦୀରେ ସ୍ପର କାର୍ଯ୍ୟ ପାଇଁ ଉକ୍ତ ଗାଡି ଗୁଡିକରେ ପଥର ପରିବହନ ହେଉଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଉକ୍ତ ପଥର ଗାଡି ଗୁଡିକ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ବିଳମ୍ବିତ ରାତିରେ ଓଭରଲୋଡିଂ କରି ଯାଉଛନ୍ତି । ଫଳରେ ନାଉଗାଁ ପୋଲିସ ପକ୍ଷରୁ ଗୁଧବାର ବିଳମ୍ବିତ ରାତିରେ ତିନୋଟି ପଥର ବୋଝେଇ ହାଇୱା ଗାଡିକୁ ଜବତ କରିଥିବା ଜଣାଯାଇଛି । ସୂଚନା ମୁତାବକ ବୁଧବାର ବଳମ୍ବିତ ରାତିରେ ନାଉଗାଁ ଥାନା ଆଇଆଇସି ଅଭୟ କୁମାର ବେହେରା ଶିଖରଘାଟ ସେତୁ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ତିନି ଗୋଟି ହାଇୱା ଗାଡି ପଥର ଆଣି ଆସୁଥିବା ଦେଖିବାକୁ ପାଇଥିଲେ । ଉକ୍ତ ଗାଡି ଗୁଡିକ ଓଭରଲୋଡିଂ ଥିବା ଜାଣିପାରି ଗାଡିକୁ ଜବତ କରି ଥାନାରେ ଅଟକ ରଖିଥିଲେ । ଗାଡିର କଗଜପତ୍ର ଯାଂଚ କରିବା ସହିତ ଗାଡିରେ ଓଭରଲୋଡିଂ ଅଛି କି ନାହିଁ ଜାଣିବା ପାଇଁ ଜିଲ୍ଲା ପରିବହନ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଗାଡି ଗୁଡିକୁ ଯାଂଚ କରାଯିବା ପରେ ଓଭରଲୋଡିଂ ପାଇଁ ପ୍ରତି ଗାଡି ପିଛା ୫୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ