ଟିଲୋ ପଞ୍ଚାୟତରେ ଷ୍ଟାଣ୍ଡିଂ ଶିକ୍ଷା କମିଟି ଗଠିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ଷ୍ଟାଣ୍ଡି ଶିକ୍ଷା କମିଟି ଗଠିତ ହୋଇଯାଇଛି । ସରପଞ୍ଚ ନିହାରିକା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସିଆରସିସି ସୁକାନ୍ତ କୁମାର ବେହେରା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ରାଉତ, ଏମ.ବି.କେ ରାଜଲକ୍ଷ୍ମୀ ପୃଷ୍ଟିଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ୱାର୍ଡସଭ୍ୟ, ସଭ୍ୟା, ଅଙ୍ଗନୱାଡି କର୍ମୀ, ଏ.ଏନ୍.ଏମ ପ୍ରମୁଖ ଯୋଗ ଦେଇଥିଲେ ।


