ଭାରତ ସରକାରଙ୍କ ରାଷ୍ରୀୟ ସୁରକ୍ଷା ବାହିନୀର ବେସରକାରୀ ଡାଇରେକ୍ଟର ଭାବେ ସଂଜୀବ ମହାନ୍ତି ମନୋନୀତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଭାରତ ସରକାରଙ୍କ ରାଷ୍ଟ୍ରୀୟ ସୁରକ୍ଷା ବିଭାଗ (ଗାର୍ଡେନ ରିଚ ସିପ ବିଲ୍ଡର୍ସ ଏଣ୍ଡ ଇଞ୍ଜିନିୟରସ ଲିମିଟେଡ) ପବ୍ଲିକ ସେକ୍ଟରର ବେସରକାରୀ ଡାଇରେକ୍ଟର ଭାବେ ମୟୂରଭଂଜ ଜିଲ୍ଲାର ବିଶୋଇ ଅଂଚଳର ଆଡଭୋକେଟ ସଂଜୀବ ମହାନ୍ତିଙ୍କୁ ୨୦/୧୦/୨୦୨୧ରେ ନିଯୁକ୍ତି ମିଳିଥିବାରୁ ବୁଧବାର ଦିନ ପଶ୍ଚିମ ମୟୂରଭଂଜ ବିଜେପି କାର୍ଯ୍ୟାଳୟରେ ଦଳ ତରଫରୁ ପୁଷ୍ପଗୁଛ ଦିଆଯାଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେ ରାଜ୍ୟ ବିଜେପି କାର୍ଯ୍ୟାକାରିଣୀ ସଦସ୍ୟ ଅଛନ୍ତି ।ପୂର୍ବରୁ ବିଜେଡି-ବିଜେପି ମିଳିତ ସରକାରରେ ରାଜ୍ୟ ଟସର ନିଗମ ଅଧକ୍ଷ ଥିଲେ । ଦିର୍ଘ ବର୍ଷ ଧରି ଦଳର ଜଣେ ଶୃଙ୍ଖଳିତ ଓ ଦାଇତ୍ୟବାନ ସଦସ୍ୟ ଓ ଦଳର କାର୍ଯ୍ୟାଧାରାକୁ ସଠିକ ଦିଗରେ ପରିଚାଳନା କରିଥିବାରୁ ବିଜେପି ତରଫରୁ ତାଙ୍କୁ ଏହି ପଦରେ ସମ୍ମାନିତ କରାଯାଇଛି । ସମୁଦାୟ ଦେଶରୁ ୩ ଜଣ ମନୋନୀତ ହୋଇଥିବାରୁ ସେମାନଙ୍କ ମଧ୍ୟରୁ ସେ ଏକମାତ୍ର ଓଡିଶାର । ଏହି ସମ୍ବର୍ଦ୍ଧନା ଉତ୍ସବରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ବର୍ଷିଆନ ବିଜେପି ନେତା ମନୋରଂଜନ ମହାନ୍ତି, ଜିଲ୍ଲା ବିଜେପି ଉପସଭାପତି ମନୋଜ ଦାସ, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ବିକାଶ ମହାନ୍ତ,ଶିବୁ ଅଗ୍ରଓ୍ବାଲ,ଯୁବ ବିଜେପି ଜିଲ୍ଲା ସଭାପତି ଆଲୋକ ରଂଜନ ମହାନ୍ତ,ନଗର ବିଜେପି ସଭାପତି ଆଡଭୋକେଟ ମନୋଜ ଦାସ,ସାରସକଣା ବିଧାୟକ ପ୍ରତିନିଧି ସରୋଜ ମହାନ୍ତ,ସାରସକଣା ବରିଷ୍ଠ ବିଜେପି ନେତା ଅମଦ ମହାନ୍ତ, ନାରୀ ନେତ୍ରୀ ମିଥିଳା ଟୁଡୁଙ୍କ ସମେତ ବହୁ ବିଜେପି ନେତ୍ରୀ ଉପସ୍ଥିତ ଥିଲେ । ଭାରତର ସରକାରଙ୍କ ସୁରକ୍ଷା ବିଭାଗ ଯେଉଁ ଦାଇତ୍ୟ ଦେଇଛନ୍ତି ତାହାକୁ ନିଷ୍ଠାର ସହ ପାଳନ କରିବେ ବୋଲି କହିଥିଲେ । ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ରକ୍ଷାମନ୍ତ୍ରୀ, ରାଜ୍ୟ ବିଜେପି ନେତୃବୃନ୍ଦ,ଜିଲ୍ଲା ନେତୃବୃନ୍ଦ ଏବଂ ସ୍ଥାନୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ