ଯୁବ ବିଜେଡି ତରଫରୁ ୧୦୧ ୟୁନିଟ ରକ୍ତ ସଂଗ୍ରହ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ପୂର୍ଣଚନ୍ଦ୍ର କଲ୍ୟାଣ ଭବନ ପରିସରରେ ମୟୂରଭଂଜ (୨) ଯୁବ ବିଜେଡି ସଭାପତି ଅଭିଷେକ ପଟନାୟକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଂଜ ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା-ମୋ ପରିବାର ଆବାହକ ଅରୂପ ପଟନାୟକ, ସମ୍ମାନିତ ଅତିଥି ରାଜ୍ୟ କାର୍ଯ୍ୟକାରୀ ଯୁବ ବିଜେଡି ସଭାପତି ତଥା ମୟୂରଭଂଜ ସଦର ବିଜେଡି ସହ ପର୍ଯ୍ୟବେକ୍ଷକ ଶୁଭେନ୍ଦୁ ମଙ୍ଗରାଜ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୁବ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଗଣଶିକ୍ଷାମନ୍ତ୍ରୀ ସମିର ରଂଜନ ଦାସ, ରାଇରଙ୍ଗପୁର-ସାରସକଣା ବିଜେଡି ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ଚଳଚିତ୍ରଧ୍ୟକ୍ଷ କୁନା ତ୍ରିପାଠୀ, କୃଷି ନିଗମ ଅଧ୍ୟକ୍ଷ ଦେବାଶୀଷ ମହାନ୍ତି, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷିକା ପ୍ରିତିନନ୍ଦା କାନୁନଗୋ, ମୟୃରଭଂଜ ସଦର ଯୁବ ଵିଜେଡି ପର୍ଯ୍ୟବେକ୍ଷକ ଗଣେଶ ପ୍ରସାଦ ମହାପାତ୍ର, ମୟୂରଭଂଜ (୨)ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ତନୁଜା ମହାନ୍ତ ପ୍ରମୁଖ ଫିତାକାଟି ଶୁଭ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କରୋନା ମହାମାରୀରେ ରାଇରଙ୍ଗପୁର ରକ୍ତଭଣ୍ଡାର ସମେତ ବିଭିନ୍ନ ଡାକ୍ତରଖାନାରେ ରକ୍ତ ସଂକଟ ଦେଖାଦେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ରକ୍ତ ଅଭାବରେ ଯେପରି କେହି ମୃତ୍ୱମୁଖରେ ନପଡନ୍ତି ସେହି ନିର୍ଦେଶକୁ ମାନି ଯୁବ ବିଜେଡି ତରଫରୂ ଏହି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବୋଲି ଯୁବ ବିଜେଡି ସଭାପତି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏଥିରେ ୧୦୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ଗୁନୁ ମହାନ୍ତ, ସୌମିତ ଦାସ କାନୁନଗୋ, ଦେବବ୍ରତ ଦାସ, ଚିନ୍ମୟ ଦାସ, ଦେବପ୍ରକାଶ ବେହେରା, ଅଭିଷେକ ସ୍ବାମୀ, ରବିନ ନାୟକ, ହେମନ୍ତ ବାରିକ, ଦୀପୁବାଞ୍ଛର ପ୍ରମୁଖ ଯୋଗ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସାହାର୍ଯ୍ୟ କରିଥିଲେ । ରାଇରଙ୍ଗପୁର ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ପବିତ୍ର ପ୍ରତୁୟୁଷ ମିଶ୍ର ଏବଂ ତାଙ୍କ ଟିମ୍ ରକ୍ତ ସଂଗ୍ରହ କରିଥିଲେ । ଯୁବ ବିଜେଡିର ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ଫ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ