୨୦୨୬ ସୁଦ୍ଧା ବିଶ୍ୱରୁ ପୋଲିଓ ରୋଗ ଲୋପ ପାଇବ ରୋଟାରୀ ପକ୍ଷରୁ ବିଶ୍ୱ ପୋଲିଓ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଶ୍ୱ ପୋଲିଓ ଦିବସ ଅବସରରେ ଭୁବନେଶ୍ୱର ରୋଟାରୀ ଜିଲ୍ଲା ପକ୍ଷରୁ, ରୋଟାରୀ କ୍ଲବ ଭୁବନେଶ୍ୱର ନେତୃତ୍ୱରେ, ଭୁବନେଶ୍ୱର ରୋଟାରୀ ଭବନଠାରେ ଏକ ସଂକ୍ଷିପ୍ତ ସଭା ସହ ପୋଲିଓ ରୋଗରୁ ମୁକ୍ତି ପାଇଁ ଏକ ସଚେତନତା ପଦଯାତ୍ରାକୁ ଜିଲ୍ଲା ଗଭର୍ଣ୍ଣର ଶିକ୍ଷାବିତ୍ ରୋଟାରିୟାନ ଶାନ୍ତନୁ କୁମାର ପାଣି ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଇଂ. ଏସ୍‌.ଏସ୍ ହରିଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ପାଣି କହିଲେ ଯେ, ପୋଲିଓ ଭଳି ଏକ ମାରାତ୍ମକ ରୋଗକୁ ବିଶ୍ୱରୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ରୋଟାରୀ ସଂସ୍ଥାର କାର୍ଯ୍ୟ ସମଗ୍ର ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି । ରୋଟାରୀ ସଚେତନତା ସୃଷ୍ଟି କରିବା ସହ ଜନସାଧାରଣଙ୍କ ବନ୍ଧୁ ଭାବରେ ସହଯୋଗର ହାତ ବଢାଇଥାଏ । ଆନ୍ତର୍ଜାତିକ ରୋଟାରୀ ସଂସ୍ଥା ସମଗ୍ର ବିଶ୍ୱରୁ ପୋଲିଓ ରୋଗର ସମ୍ପୂର୍ଣ୍ଣ ଲୋପ ପାଇଁ ୨୦୨୬କୁ ଧାର୍ଯ୍ୟ ବର୍ଷ ରଖିଛି । ୨୦୨୩ ମସିହାରୁ ସଚେତନତା ସୃଷ୍ଟି କରିବା ସହ ପୂର୍ବବର୍ଷ ମାନଙ୍କ ଭଳି ମାଗଣା ପୋଲିଓ ବୁନ୍ଦା ବଣ୍ଟନ କରିବ । ଆଜିର ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଅଧ୍ୟକ୍ଷ ସଚେତନତା କମିଟି ଯଜ୍ଞାଶିଶ ମହାପାତ୍ର ସ୍ୱାଗତ ଭାଷଣ ଓ ସମ୍ପାଦକ ଜ୍ଞାନ ରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସେଣ୍ଟ୍ରାଲର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବିକ୍ରମାଦିତ୍ୟ ନାୟକ, ଅଜୟ ପଟ୍ଟାନୟକ, ମମତା ବାଜପେୟୀ, ମହେଶ ରଜନୀ, ସ୍ମିତା ସିହ୍ନା, ଡଃ ଗଗନ ବିହାରୀ ରାଉତଙ୍କ ସମେତ ଭୁବନେଶ୍ୱର ସହରରେ କାର୍ଯ୍ୟ କରୁଥିବା ୩୫ଗୋଟି କ୍ଲବର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ସଚେତନତା ଯାତ୍ରା ରୋଟାରୀ ଭବନରୁ ବାହାରି ହାଉସିଂ ବୋର୍ଡ଼ ଛକ ଦେଇ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଯାତ୍ରାରେ ପୋଲିଓମୁକ୍ତ ଭାରତ ସ୍ଲୋଗାନ ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ରୋଟାରିୟାନ ସୁକାନ୍ତ ସାହୁ, ଅନିଲ୍ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ