ଦକ୍ଷିଣ ଓଡିଶାର କାପୁ ଜାତିକୁ ଓବିସି ମାନ୍ୟତା ପ୍ରଦାନ ପାଇଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – କାପୁ ଜାତିକୁ ଓବିସି ମାନ୍ୟତା ଦେବା ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ଡ.ଭିରେନ୍ଦ୍ର କୁମାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ ଜଣାଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦକ୍ଷିଣ ଓଡିଶା ତଥା ଅବିଭକ୍ତ ଗଞ୍ଜାମ ,କୋରାପୁଟ ଜିଲ୍ଲାର ୪ଗୋଟି ଜିଲ୍ଲା ଯଥା ଗଜପତି,ଗଞ୍ଜାମ,ରାୟଗଡା ଓ କୋରାପୁଟ ଜିଲ୍ଲାରେ କାପୁ ନାମରେ ଏକ ଚଷା ଜାତିର ହଜାର ହଜାର ପରିବାର ବହୁ ବର୍ଷ ଧରି ରହିଆସିଛନ୍ତି । ୧୯୧୫ ମସିହାରେ ମାଦ୍ରାସ ପ୍ରେସିଡେନ୍ସି ସମୟରେ ଭାଷା ଭିତ୍ତିକ ରାଜ୍ୟ ଗଠନ ହୋଇଥିଲା । ଏହି ସମୟରେ ଏହି କାପୁ ଜାତିର ଲୋକମାନେ ଆନ୍ଧ୍ରପ୍ରଦେଶରେ ଓବିସିର ମାନ୍ୟତା ପାଇଥିଲେ । ଯୋ ଦ୍ୱାରା ସେମାନେ ଓବିସି ମାନ୍ୟତା ଦ୍ୱାରା ସମସ୍ତ ସରକାରୀ ଓ ବେସରକାରୀ ସୁବିଧା ସୁଯୋଗ ପାଇଆସୁଛନ୍ତି । ବର୍ତ୍ତମାନର ଆନ୍ଧ୍ର ୨ଟି ରାଜ୍ୟରେ ବିଭକ୍ତ ହୋଇଛି । ଆନ୍ଧ୍ର ଓ ତେଲେଙ୍ଗାନାରେ ଏହି କାପୁ ସମ୍ପ୍ରଦାୟର ଲକ୍ଷାଧିକ ଚାଷୀ ପରିବାର ଗତ ବହୁ ବର୍ଷ ଧରି ଏହି ସୁବିଧା ସୁଯୋଗ ପାଇ ଆସୁଛନ୍ତି । ହେଲେ ଦକ୍ଷଣ ଓଡିଶା ତଥା ଅବିଭକ୍ତ ଗଞ୍ଜାମ ,କରାପୁଟ ଜିଲ୍ଲାର ୪ଗୋଟି ଜିଲ୍ଲା ଯଥା ଗଜପତି,ଗଞ୍ଜାମ,ରାୟଗଡା ଓ କୋରାପୁଟ ଜିଲ୍ଲାରେ ରହିତିବା କାପୁ ଜାତିର ଚାଷୀ ପରିବାରମାନଙ୍କୁ କେନ୍ଦ୍ରୀୟ ଓବିସି ତାଲିକାରେ ଅର୍ନ୍ତଭୁକ୍ତ ନ ଥିବାରୁ ଏମାନେ କୌଣସି ସୁବିଧା ପାଇପାରୁ ନାହାଁନ୍ତି । ଗତ କିଛି ଦିନ ତଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପାରଳାଖେମୁଣ୍ଡି ଗସ୍ତ ସମୟରେ ସ୍ଥାନୀୟ ପୁର୍ତ୍ତ ବିଭାଗ ବିଶ୍ରାମ କକ୍ଷରେ କାପୁ ଜାତିର ଏକ ପ୍ରତିନିଧି ଦଳ ସାଂସଦଙ୍କୁ ଭେଟି ଏଥି ନେଇ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । ସାଂସଦ ଶ୍ରୀ ସାହୁ କାପୁ ପ୍ରତିନିଧିମାନଙ୍କୁ ଓବିସି ମାନ୍ୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥି ଅନୁଯାଇ ସାଂସଦ ଶ୍ରୀସାହୁ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ଡ.ଭିରେନ୍ଦ୍ର କୁମାରଙ୍କୁ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଡ.ଭିରେନ୍ଦ୍ର କୁମାର ସାଂସଦ ଶ୍ରାସାହୁଙ୍କ ଠାରୁ ସ୍ମାରକପତ୍ର ଗ୍ରହଣ କରି ନିଶ୍ଚିତ ଭାବେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରକାଶ କରିଥିବା ସାଂସଦ ଶ୍ରୀସାହୁ ସୁଚନା ଦେଇଛନ୍ତି ।


