ରୁଙ୍ଗଟା ଖଣିରେ ବିଭିନ୍ନ ଦାବି ପୁରଣ ନେଇ ଶ୍ରମିକଙ୍କ ଆନ୍ଦୋଳନ

ଯୋଡ଼ା (ଯୁଗାଦ୍ଦ ନ୍ୟୁଜ) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଜଜାଙ୍ଗ ଖଣିରେ ଶ୍ରମିକଙ୍କ ଦାବି ପୂରଣ କରାଯାଉନଥିବା ଅଭିଯୋଗ କରି ଗୁରୁବାର ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ସକାଳ ୬ ଘଟିକାରୁ ଖଣିରେ କାର୍ଯ୍ୟ କରୁଥିବା ଜଜାଙ୍ଗ ମାଇନ୍ସ ମଜଦୁର ସଂଘର ସମର୍ଥିତ ଶ୍ରମିକମାନେ କାର୍ଯ୍ୟବନ୍ଦ କରି ଖଣି ଭିତରେ ଏକତ୍ରିତ ହୋଇ ଆନ୍ଦୋଳନରେ ବସିଥିଲେ । ଆନ୍ଦୋଳନ ସମ୍ପର୍କରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ତଥା ଜଜାଙ୍ଗ ମାଇନ୍ସ ମଜଦୁର ସଂଘର ସଭାପତି ଡାକ୍ତର ମହାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶ୍ରମିକମାନେ ଗତ ୨୬ ତା ରିଖରେ ବିଭିନ୍ନ ଦାବି କରି ୧୫ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ପରେ ରିଜିଓନାଲ ଲେବର କମିଶନର ଓ ସେନ୍ଟେରାଲ ଡାଇରେକ୍ଟର ଚିଫ ଲେବର କମିଶନର ପକ୍ଷରୁ ଏହାର ସମାଧାନ ପାଇଁ କମ୍ପାନୀକୁ ନୋଟିସ କରାଯାଇଥିଲା । ମାତ୍ର ୫ଥର ହେଲା ଏହାର ଆଲୋଚନା ପାଇଁ କମ୍ପାନୀ ଯାଇନଥିବାରୁ ଦାବି ପୂରଣର ସମାଧାନ ହୋଇନଥିଲା । ଏଣୁ ବାଧ୍ୟ ହୋଇ ସଂଘ ପକ୍ଷରୁ କମ୍ପାନୀକୁ ଗତ ୨୪ ତାରିଖରେ ଏନେଇ ଚିଠି ପ୍ରଦାନ କରାଯାଇଥିଲା ଏବଂ ଉକ୍ତ ଚିଠିରେ ଶ୍ରମିକ ଦାବି ନେଇ ଯେଉଁ ବିବାଦ ରହିଛି ଏହାର ସମାଧାନ ନକଲେ ଆନ୍ଦୋଳନ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା । ମାତ୍ର କମ୍ପାନୀ ଏହାକୁ ଭୃକ୍ଷେପ କରିନଥିବାରୁ ଜଜାଙ୍ଗ ମାଇନ୍ସି ମଜଦୁର ସଂଘର କିଛି ଶ୍ରମିକ ଗୁରୁବାର ଆନ୍ଦୋଳନରେ ବସିଛନ୍ତି ଏବଂ ଏହାର ସମାଧାନ ନହେଲେ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଶ୍ରମିକ ମାନେ ଆନ୍ଦୋଳନରେ ବସିରହିବେ ବୋଲି ସଂଘର ସଭାପତି ଡାକ୍ତର ମହାନ୍ତ କହିଛନ୍ତି । ସଂଘର ସକ୍ରିୟ ସଦସ୍ୟ ଶିଶିର ମାଝି, ଗଣେଶ ପାତ୍ର, ବାବୁଲୁ ମାଝି, ଅଖୀଳ ମହାକୁଡ, ମାନସିଂ ମୁଣ୍ଡା, ରତ୍ନାକର ହଂସ ଲକ୍ଷ୍ମୀଧର ଆରୋରା ପ୍ରମୁଖ , ସେମାନଙ୍କର ରହିଥିବା ବିଭିନ୍ନ ଦାବି ଗୁଡିକର ପୂରଣ କରାଯାଉନଥିବାରୁ ଏହି ଆନ୍ଦୋଳନ କରିଥିବା କହିଛନ୍ତି । ଏସମ୍ପର୍କରେ କମ୍ପାନୀ ପକ୍ଷରୁ ସୂଚନା ମିଳିଛି ଯେ, ଶ୍ରମିକଙ୍କ ଆନ୍ଦୋଳନ ପରେ ପ୍ରଶାସନ ପକ୍ଷରୁ ଖଣିର କାର୍ଯ୍ୟ ଚାଲୁରଖିବା ପାଇଁ ଗତ ୨୯ ତା ରିଖରେ ୨ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା । ଯାହାକି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବଳବତର ରହିଛି । ଏହା ସତ୍ୱେ ମଧ୍ୟ ଆଇନ୍ କୁ ଉଲଂଘନ କରି ଶ୍ରମିକମାନେ ଓ ଶ୍ରମିକସଂଘ ପକ୍ଷରୁ ଖଣି ଭିତରେ ଆନ୍ଦୋଳନ କରିବା ଏକ ପ୍ରକାର ଆଇନ ଅମାନ୍ୟ ଅପରାଧ ଅଟେ । ତେବେ ଖଣିରେ ଯେଉଁମାନେ କାର୍ଯ୍ୟ କରିବାକୁ ଯାଉଛନ୍ତି, ସେମାନଙ୍କୁ ଧମକଚମକ ଦେଇ କାର୍ଯ୍ୟ କରିବାକୁ ଦିଆଯାଉନଥିବା କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହନଚିଛନ୍ତି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆନ୍ଦୋଳନ ସ୍ଥଳରେ ବଡବିଲ ଏସଡିପିଓ ଦିଲୀପ କୁମାର ବାଗ୍‌, ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ, ବାମେବାରୀ ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତିଙ୍କ ସହିତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏନେଇ ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଖଣିରେ ୧୪୪ ଧାରା ଜାରି ରହିଛି । ୧୪୪ ଧାରାକୁ ଉଲଂଘନ କରିଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ଜଜାଙ୍ଗ ଖଣିରେ ୨ଟି ଶ୍ରମିକ ସଂଗଠନ ରହିଛି । ଗୋଟିଏ କେଉଁଝର ମାଇନିଂ ଫରେଷ୍ଟ ଓାର୍କର୍ସ ୟୁନିଅନ ଓ ଅନ୍ୟଟି ନୂତନ ଭାବେ ଖଣିରେ ସଂଗଠନ କରିଥିବା ସଂଘଟି ଜଜାଙ୍ଗ ମାଇନ୍ସ ମଜଦୁର ସଂଘ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ