ଗଜପତିରେ ଜିଲ୍ଲାସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଚିଠା ଭୋଟର ତାଲିକା-୨୦୨୨ ପ୍ରକାଶିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ସହକାରୀ ନିର୍ବାଚନ ଅଧିକାରୀ ଅଚ୍ୟୁତାନନ୍ଦ ଜାନି ଓ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଭାରତୀୟ ନିର୍ବାଚନ କମିଶନରଙ୍କ ମାର୍ଗଦର୍ଶିକା ପ୍ରକାରେ ମୂଳ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ୦୧.୧୧.୨୦୨୧ ଠାରୁ ୩୦.୧୧.୨୦୨୧ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମୟ ମଧ୍ୟରେ ଭୋଟରମାନେ ଫର୍ମ ୬ ନିଜର ନାମକୁ ପଞ୍ଜିକରଣ, ଫର୍ମ ୭ରେ ବାଦ, ଫର୍ମ ୮ରେ ତଥ୍ୟ ସଂଶୋଧନ, ଫର୍ମ ୮-କ ରେ ନିଜ ନିର୍ବାଚନ ମଣ୍ଡଳିର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ସ୍ଥାନାନ୍ତର କରିପାରିବେ । ଆସନ୍ତା ୦୭.୧୧.୨୦୨୧ ଓ ୨୧.୧୧.୨୦୨୧ ଦିନ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିନ ଭାବରେ ପାଳନ କରାଯିବ । ଉକ୍ତ ଦିନ ବୁଥ୍‌ସ୍ତରୀୟ ଅଧିକାରୀମାନେ ଦିନ ୧୦ଘଣ୍ଟା ଠାରୁ ଅପରାହ୍ନ ୫ଘଣ୍ଟା ପର୍ଯ୍ୟନ୍ତ ଭୋଟରମାନଙ୍କ ଠାରୁ ଫର୍ମ ଗ୍ରହଣ କରିବେ । ଉକ୍ତ ବୈଠକରେ ଜିଲ୍ଲାପାଳ ଯୁବ ଭୋଟରମାନଙ୍କ ନାମ ଯୋଗ ଏବଂ ବାଦ ପଡିଥିବା ଭୋଟରମାନଙ୍କୁ ଗୁରୁତ୍ୱ ଦେବାପାଇଁ ରାଜନୈତିକ ଦଳମାନଙ୍କୁ କହିଥିଲେ । ଉପଜିଲ୍ଲାପାଳ ଶ୍ରୀ ମହାରଣା ଭୋଟର ହେଲପ୍ ଲାଇନ୍ ଆପ୍‌ର ଉପଯୋଗିତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୈଠକରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ସୂଚନା ଓ ଲୋକସଂପର୍କ ଅଧିକାରୀ ସ୍ୱରାଜ୍ୟ ଶିଶା ଏବଂ ନିର୍ବାଚନ ବିଭାଗର ଅଧିକାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ