ପୋଲସରା ବ୍ଲକରେ ବିଜେଡ଼ିର ସାଙ୍ଗଠନିକ ବୈଠକ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକରେ ବିଜେଡ଼ି ପକ୍ଷରୁ ୪ ଗୋଟି ପଞ୍ଚାୟତରେ ସାଙ୍ଗଠନିକ ବୈଠକ ନଭେମ୍ବର ୦୧ ତାରିଖ ଦିନ ଅନୁଷ୍ଟିତ ହୋଇ ସଙ୍ଗଠନ କିପରି ସୁଦୃଢ଼ ହେବ ଆଲୋଚନା ହୋଇଯାଇଛି । ପୋଲସରା ବ୍ଲକର ଚିରିକିପଡା ଶାସନ, ଭାବରଡା, ଗୋଛାବାଡି ଓ ପାଣ୍ଡିରିପଡା ଏହି ୪ ଗୋଟି ପଞ୍ଚାୟତରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପହଞ୍ଚି ବିଜେଡି କର୍ମକର୍ତ୍ତା ଓ କର୍ମୀଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମସ୍ୟାର ସମାଧାନ କରିଥିଲେ ଓ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ିର ରଣନୀତି ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ପୋଲସରା ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷା ସଞ୍ଜୁକ୍ତା ବାଡତ୍ଯା, ମହିଳା ବିଜେଡି ସଭାନେତ୍ରୀ ଝୁନୁ ଦାସ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ବରିଷ୍ଠ ନେତା ପଦ୍ମନାଭ ସାହୁ, ଚନ୍ଦ୍ରଭାନୁ ସାହୁ, ସୂର୍ଯ୍ଯନାରାୟଣ ପାଢ଼ୀ, ସୁଜିତ ବିଷୋୟୀ, ଭଗବାନ ସାହୁ, ବୃନ୍ଦାବନ ପ୍ରଧାନ, ରଞ୍ଜନ ସାହୁ, ଜିତେନ୍ଦ୍ର କୁମାର ନାୟକ, ପୃଥିରାଜ ନାୟକ, ଖଗେଶ୍ବର ପ୍ରଧାନ, ସୁରେନ୍ଦ୍ରନାଥ ପ୍ରଧାନ, ରୋହିତ ପ୍ରଧାନ, ମନୋଜ ଗୌଡ, ଚନ୍ଦ୍ର ଗୌଡ, ବାସନ୍ତୀ ସବର, ସୁରେନ୍ଦ୍ର ସବର, ମନୋଜ ବିଷୋୟୀ, ରବିନ୍ଦ୍ର ନାୟକ, କୈଳାସ ମହାରଣା ଙ୍କ ସମେତ ସମସ୍ତ ଗ୍ରାମପଞ୍ଚାୟତ ଗୁଡିକର କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ