ଅଲିଭ ରିଡଲେ କଇଁଛ ସୁରକ୍ଷା ଓ ସଚେତନତା ଶିବିର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଓ କୋଣାର୍କ ବନ୍ୟପ୍ରାଣୀ ବନାଂଚଳ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଚନ୍ଦ୍ରଭାଗା ବାତ୍ୟା ଆଶ୍ରୟସ୍ତଳୀ ପରିସରରେ ଅଲିଭ ରିଡଲେ କଇଁଛ ସୁରକ୍ଷା ଓ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଶିବିରରେ ଗ୍ରାମ୍ୟ ଜଂଗଲ ସୁରକ୍ଷା କମିଟି କର୍ମକର୍ତା, ଚନ୍ଦ୍ରଭାଗା ନୋଳିଆ ମତ୍ସ୍ୟଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ତିତ ଥିଲେ । ଏହି ସଚେତନତା ଶିବିରରେ ଅତିଥି ଭାବେ ଏସିଏଫ ଉତମ କୁମାର ଗଡନାୟକ,କୋଣାର୍କ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀ ବେଣୁଧର ବେହେରା,ସହ ମତ୍ସ୍ୟ ଅଧିକାରୀ ଅମ୍ରିତା ପ୍ରଧାନ,ଓଡିଶା ପାରମ୍ପରିକ ମତ୍ସ୍ୟ କର୍ମି ସଂଘ ରାଜ୍ୟ ସଭାପତି ପ୍ରସନ୍ନ ବେହେରା, ସମାଜସେବୀ ଶୋଭାକର ବେହେରା, ରାମକୃଷ୍ନ ମହାନ୍ତି ପ୍ରମୁଖ ଯୋଗଦେଇ ବିରଳ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ସମ୍ପର୍କରେ ମତପୋଷଣ କରିଥିଲେ । ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଓମଫ୍ରା ଆଇନକୁ କଡାକଡି ଭାବେ ପାଳନ,ନିଷିଧାଂଚଳ ମଧ୍ୟରେ ଅବାଧ ଟ୍ରଲର ଚଳାଚଳକୁ ବନ୍ଦ କରିବା,ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ନଭେମ୍ବର ୧ରୁ ମେ ମାସ ପର୍ଯ୍ୟନ୍ତ ଦେବୀ ମୁହାଣରୁ ପୁରୀ ବାଙ୍କି ମୁହାଣ ଗଭୀର ସମୁଦ୍ର ମଧ୍ୟକୁ ୨୦କିମି ପର୍ଯ୍ୟନ୍ତ ଟ୍ରଲର ଓ ଯନ୍ତ୍ର ଚାଳିତ ଡଂଗା ଚଳପ୍ରଚଳ ନିଷେଧ କରାଯାଇଛି । ଏହି ସମୟରେ ବିରଳ ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଆରମ୍ବ ହୋଇଥାଏ । ପରେ ଜାନୁୟାରୀରୁ ଅପ୍ରେଲ ମାସ ମଧ୍ୟରେ ସମୁଦ୍ର ବେଳାଭୂମୀରେ ଅଣ୍ଡା ଦେଇଥାନ୍ତି । ପ୍ରାୟ ୪୫ରୁ ୬୦ ଦିନ ମଧ୍ୟରେ ଏହି ଅଣ୍ଡାରୁ ଛୁଆ ଫୁଟିବା ଆରମ୍ବ କରିଥାଏ । ଗଭୀର ସମୁଦ୍ରରେ ଅବାଧ ଟ୍ରଲର ଚଳାଚଳକୁ ମତ୍ସ୍ୟ ବିଭାଗ,ମେରାଇନ ପୁଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଚଢଉ ପାଇଁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ