ଉପଜିଲ୍ଲାପାଳ ଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଲା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ରାତି ରେ ସଲାଗୁଡା ତେଲେପଙ୍ଗା ଗ୍ରାମର ରବିଚନ୍ଦ୍ର ଦିଗାଲ ର ଗୋଡ଼ ବ୍ୟଥା ସହ ଜ୍ୱର ହେଉଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ସମୟରେ ରବିଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା l ଏହାକୁ ନେଇ ଉତ୍ତ୍ୟକ୍ତ ଲୋକ ଶୁକ୍ରବାର ସକାଳୁ ୫୯ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ । ଡ଼ାକ୍ତର ଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବୀ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର, ଏସଡିପିଓ ମନୋଜ ପୂଜାରୀ, ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସମେତ ଅନ୍ୟ ପୋଲିସ୍ କର୍ମଚାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ପ୍ରକାରେ ସଫଳ ହୋଇନଥିଲା । ଆନ୍ଦୋଳନ କାରୀ ମାନେ ସେମାନଙ୍କ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏପରି ରାସ୍ତା ରୋକ ଆନ୍ଦୋଳନ ଜାରୀ ରହିବ ବୋଲି ଅଡ଼ି ବସି ଥିଲେ l ହେଲେ ଦୀର୍ଘ ୭ ଘଣ୍ଟା ପରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା । ଡାକ୍ତର ଅବହେଳା ର ଏକ ତଦନ୍ତଟିମ୍ ଗଠନ ସହ ମୃତ ପରିବାରକୁ ରେଡକ୍ରସ ତରଫରୁ ୩୦ହଜାର ଟଙ୍କା, ପରିବାର ଜଣକୁ ଚାକିରୀ ସହ ଡାକ୍ତର ପଦବୀ ପୂରଣ ଖୁବ ଶୀଘ୍ର କରାଯିବ ବୋଲି ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ