ବ୍ଲକ ସ୍ତରୀୟ କଳାକାର ମାନଙ୍କ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିର  ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ କଳାକାରମାନଙ୍କୁ ନେଇଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ କଳାକାର ମାନଙ୍କ ସ୍ୱାର୍ଥ ରକ୍ଷା,ପେସାଦାର କଳାକାର ଙ୍କୁ କାମ ଯୋଗାଇବା,ଭାଗବତ ଟୁଙ୍ଗୀ ର ପୁନଃରୁଦ୍ଧାର, ଆବେଦନ କରିଥିବା ସମସ୍ତ କଳାକାର ଙ୍କୁ କଳାକାର ଭତ୍ତା ପ୍ରଦାନ, ଏନ.ଜି.ଓ କିମ୍ବା ରଥ ଗାଡି ଦ୍ୱରା ସଚେତନତା କାର୍ଯ୍ୟକ୍ରମ ନ କରି ପେଶାଦାର କଳାକାର ଙ୍କ ଦ୍ୱରା ସଚେତନତା କରିବା,ଭଳି ଗୁରୁତ୍ୱ ବିଷୟ ମାନ ଆଲୋଚନା କରି ଫଳପ୍ରଦ କରିବା ପାଇଁ ଦାବି ଜଣାଇବାକୁ ନିଷ୍ପତି କରାଯାଇଥିଲା l ଏହା ଛଡ଼ା ବ୍ଲକ ସ୍ତରୀୟ କଳାକାର କମିଟି ରେ ରେ ଉପସଭାପତି ପଦବୀ ଚୟନ କରିବାର ନିୟମ ଥିବା ସତ୍ୱେ ଆଜି ପର୍ଯ୍ୟନ୍ତ  ଉକ୍ତ ପଦବୀ ପୂରଣ କରିବାରେ ବିଭାଗୀୟ ଅଫିସର ଙ୍କ ଅବହେଳା କୁ ଅସହ୍ୟ ହୋଇ ଏସଇଓ ଦାୟିତ୍ୱ ରେ ଥିବା ସମୀର ଚୌଧୁରୀ ଙ୍କୁ ଅବଗତ କରାଇ  ବିଧିବଦ୍ଧ ଭାବରେ ରୁଦ୍ର ନାୟକ ଙ୍କ ପ୍ରସ୍ତାବ ଏବଂ ଭଗବତ ଦିଗାଳ ଙ୍କ ସମର୍ଥନ ଦ୍ଵାରା ଉପସ୍ଥିତ ସମସ୍ତ କଳାକାର ଙ୍କ ନିଷ୍ପତି କ୍ରମେ  କ୍ରିଷ୍ଣା ଚନ୍ଦ୍ର ଦିଗାଳ ଙ୍କୁ ଉପସଭାପତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା ଙ୍କୁ ସଭାପତି, ସମୀର ଚୌଧୁରୀ ଙ୍କୁ କୋଷାଧକ୍ଷ ଭାବେ ଚୟନ କରାଗଲା ଏବଂ ଏହାର ଏକ କିତା ନକଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଟିକାବାଲି, ଜ଼ିଲ୍ଲା ପାଳ କନ୍ଧମାଳ ଙ୍କ ଅବଗତ ନିମନ୍ତେ ପ୍ରେରଣ କରାଗଲା l  ଆଜିକାର ଏହି ବୈଠକ ରେ ଟିକାବାଲି ଜିଲ୍ଲା ପରିଷଦ ପ୍ରଦୀପ ଦିଗାଳ,ମୋଦନ ନାୟକ,ବିଦୁର ନାୟକ, ଭାଗବତ ଦିଗାଳ , ସୁଧୀର ଦେହୁରୀ, ଚକ୍ରଧର ନାୟକ, ବିଶ୍ୱାମିତ୍ର ପ୍ରଧାନ, ଲୁପିତା ପ୍ରଧାନ, ବିଶ୍ଵନାଥ ଦିଗାଳ ,କ୍ରିଷ୍ଣା ଚନ୍ଦ୍ର ଦିଗାଳଙ୍କ ସମେତ ବ୍ଲକ ର ଅନେକ କଳାକାର ମାନେ ଉପସ୍ଥିତ ଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ