ବ୍ୟାସକବି ନଗର ବିକାଶ ପରିଷଦ ପକ୍ଷରୁ ସଦର ବିଧାୟକଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) : ସହଦେବଖୁଣ୍ଟା ବ୍ୟାସକବି ନଗର ବିକାଶ ପରିଷଦ ପକ୍ଷରୁ ସଦର ବିଧାୟକ ସ୍ୱରୂପ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ଦାସ ବିଧାୟକ ଭାବେ ନିର୍ବାଚିତ ହେବା ପରେ କରୋନା କଟକଣା ଯୋଗୁଁ ଏହି ସମ୍ବର୍ଦ୍ଧନା ଉତ୍ସବକୁ ସ୍ଥଗିତ ରଖାଯାଇଥିଲା । ଏହି ଉତ୍ସବରେ ବିଧାୟକ ଶ୍ରୀ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ପରିଷଦର କର୍ମକର୍ତ୍ତା ଓ ସଦସ୍ୟମାନେ ସମ୍ବର୍ଦ୍ଧିତ କରିଥିଲେ । ପରିଷଦ ତରଫରୁ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ଉପାଧ୍ୟାୟ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଭଗବାନ ମହନୀ ଓ ସରସ୍ୱତୀ ପଣ୍ଡା ପ୍ରମୁଖ ସ୍ଥାନୀୟ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷ କରି ବ୍ରିଟରୁ ଜାଗା କିଣିଥିବା ଏ ଅଞ୍ଚଳର ବ୍ୟକ୍ତିମାନେ ଘର କରି ରହିଥିଲେ ବି ତାହା ସେମାନଙ୍କ ନାମକୁ ନାମଜାରି ହୋଇ ପାରୁନଥିବା ସେମାନେ କହିଥିଲେ । ଫଳରେ ପରିବାରର ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକ ପ୍ରମାଣପତ୍ର ତହସିଲରୁ ମିଳୁ ନଥିବା ପରିଷଦର କର୍ମକର୍ତ୍ତା କହିଛନ୍ତି । ଏଥି ସହିତ ସ୍ଥାନୀୟ ଅଞ୍ଚଳର ରାସ୍ତା, ନାଳ ଓ ଲାଇଟ ପ୍ରଭୃତି ସମସ୍ୟାର ସମାଧାନ ପାଇଁ ପରିଷଦର କର୍ମକର୍ତ୍ତାମାନେ ବିଧାୟକଙ୍କୁ ଅବଗତ କରିଥିଲେ । ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ବିଧାୟକ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସଭାପତି ରଞ୍ଜନ କୁମାର ଭୋଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପରିଷଦର ସଦସ୍ୟଙ୍କ ସମେତ ବହୁ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ