କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକାଡେମିକ୍ ଅଡିଟ୍ ଟିମ୍

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଉତ୍କଳ ବିଶ୍ୱବିଦ୍ୟାଳୟ କୂଳପତିଙ୍କଠାରୁ ନିର୍ଦ୍ଦେଶ ପାଇ ପ୍ରଫେସର ଡଃ. ବସନ୍ତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସହଯୋଗୀ ସଦସ୍ୟ ସେଲ୍‌ଫ ଫାଇନାନ୍‌ସିଂ କୋର୍ସର ନିର୍ଦ୍ଦେଶକ ପ୍ରଫେସର ନବନିତା ରଥ ଓ ବାଣିଜ୍ୟ ବିଭାଗ ପ୍ରଫେସର ରବିନ୍ଦ୍ର କୁମାର ସ୍ୱାଇଁଙ୍କୁ ନେଇ ଗଠିତ ଏକାଡେମିକ୍ ଟିମ୍ ସୋମବାର କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥା ଆକଳନ ନିମନ୍ତେ ପରିଦର୍ଶନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କମିଟି ସମ୍ମୁଖରେ ମହାବିଦ୍ୟାଳୟର ସମସ୍ତ ବିବରଣୀ ବିସ୍ତୃତ ଭାବରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଏହି ଅଧିବେଶନରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ପ୍ରାଧ୍ୟାପକ ତପନ କୁମାର ପତି, ସଞ୍ଜୀବ କୁମାର ମହାନ୍ତି, ଡଃ. ଜ୍ଞାନୀନ୍ଦ୍ର କୁମାର ଦାଶ, ଡଃ. ଦେବେନ୍ଦ୍ର କୁମାର ଗୋଚ୍ଛାୟତ, ଡଃ. ପ୍ରଭାକର ମଲ୍ଲିକ ଓ ସଂଯୋଜକ ଡଃ. ପ୍ରମୋଦ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସମସ୍ତ ବିଭାଗୀୟ ମୁଖ୍ୟ ଓ ସେମାନଙ୍କ ସହଯୋଗୀମାନେ ଏହି ଟିମ୍ ଆଗରେ ବିଗତ ବର୍ଷମାନଙ୍କର ଶୈକ୍ଷିକ କୃତିତ୍ୱ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । କଲେଜର ସାମଗ୍ରୀକ ଶୈକ୍ଷିକ ବିକାଶ ଉପରେ ଏହି ଉଚ୍ଚକ୍ଷମତା ସମ୍ପନ୍ନ ଟିମ୍ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ, ଅଶୋକ କୁମାର ଦାସ, ଗୌର ପ୍ରସାଦ ଷଢଙ୍ଗୀ, ଅଧ୍ୟାପକ ରାକେଶ କୁମାର ପ୍ରଧାନ, ଅଧ୍ୟାପିକା ଡଃ. ସୁଚ୍ଚିସ୍ମିତା ବେହେରା, ଅଧ୍ୟାପିକା ଦିପ୍ତୀ ରାୟ ଓ ସହଯୋଗୀ କରୁଣାକର ପତି ପ୍ରମୁଖ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ