ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଖଗେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ପଳସା ସତ୍ୟସାଇ ସେବା ସଂଗଠନ ପକ୍ଷରୁ ୫ମ ବାର୍ଷିକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅବସରପ୍ରାପ୍ତ ତଥା ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ୫୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ରାଷ୍ଟ୍ରପତି ପୁରସ୍କୃତ ତଥା ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଶିକ୍ଷକ ଶ୍ରୀକାନ୍ତ ପଣ୍ଡା, ସତ୍ୟସାଇ ସେବା ସଂଗଠନର ଆବାହକ ପ୍ରଫୁଲ୍ଳ ସ୍ୱାଇଁ, ନିରଂଜନ ବେହେରା, ହୃଦାନନ୍ଦ ବେଜ, ନିରାକର ଜେନା, ମୃତ୍ୟୁଞ୍ଜୟ ବେହେରା, ଆନନ୍ଦ ରାଉତ, ସଂଜୀବ ଦାସ, ଗୀତାଞ୍ଜଳୀ ଜେନା, ଉର୍ମିଳା ସେଠୀ, ବିଶେଶ୍ୱରୀ ବେହେରା ସହଯୋଗ କରିଥିଲେ । ଯାଜପୁର ରେଡକ୍ରସ ପକ୍ଷରୁ ସମସ୍ତ ରକ୍ତ ସଂଗ୍ରହ କରାଯାଇଥିଲା ।


