ଅକ୍ଟୋବର ବିପ୍ଳବ ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତରେ ସିପିଆଇ ପକ୍ଷରୁ ମହାନ ଅକ୍ଟୋବର ବିପ୍ଳବ ଦିବସ ପାଳିତ ହୋଇଯାଇଛି । ସିପିଆଇ କାର୍ଯ୍ୟାଳୟ ଠାରେ ସମାଜବାଦ ରାଷ୍ଟ୍ରଗଠନ ସ୍ମରଣ ଉଦ୍ଦେଶ୍ୟରେ ବରିଷ୍ଠ ନେତା ଗୋପବନ୍ଧୁ ସେଠୀ ଲାଲ ପତାକା ଉତ୍ତୋଳନ କରିଥିଲେ । ସୁବାଷ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସିପିଆଇ ଜୋନ୍ ସଂପାଦକ ରମେଶ ଜେନା, ନିରଞ୍ଜନ ନାୟକ, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ଜେନା, ଅନିରୁଦ୍ଧ ଜେନା, ପବିତ୍ର ସେଠୀ, କିଶୋର ବେହେରା, ଅରବିନ୍ଦ ବିଶ୍ୱାଳ, ରତିକାନ୍ତ ଜେନା, ଦୁଲ୍ଲା ଖାଁ, ବିଷ୍ଣୁ ଚରଣ ଜେନା, କୃଷ୍ଣ ଚନ୍ଦ୍ର ରାଉତ, ସନାତନ ମହାକୁଡ, ଉଦୟ ବାରିକ ଯୋଗ ଦେଇ ସମାଜବାଦ ରାଷ୍ଟ୍ର ବିପ୍ଳବର ତାତ୍ପର୍ଯ୍ୟ ସହିତ ପୁଞ୍ଜିବାଦର ଏକ ମାତ୍ର ବିକଳ୍ପ ସମାଜବାଦ ପ୍ରତିଷ୍ଠା ଦ୍ୱାରା ସମ୍ଭବ ହୋଇ ପାରିବ ବୋଲି କହିଥିଲେ । ଏଥିରେ ସଂଜୟ ସାମଲ, ପଞ୍ଚାନନ ସେଠୀ, ପର୍ଶୁରାମ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ଜେନା, ପଦ୍ମନାଭ ଜେନା ସହଯୋଗ କରିଥିଲେ । ସେହିପରି ରାମଚନ୍ଦ୍ରପୁର ସିପିଆଇ ଶାଖା କମିଟି ପକ୍ଷରୁ ଅକ୍ଟୋବର ବିପ୍ଳବ ପାଳିତ ହୋଇଯାଇଛି । ଶାଖା କମିଟିର ବରିଷ୍ଠ ସାଥୀ ଶରତ ଚନ୍ଦ୍ର ରାଉତ ଲାଲ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଶାଖା ସଂପାଦକ ଜୟନ୍ତ ଜେନା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମାର୍କଣ୍ଡ ଚରଣ ବାରିକ, ସହସଂପାଦକ ରବିନ୍ଦ୍ର ନାୟକ, ପ୍ରଫୁଲ୍ଲ ଜେନା, ଶେଶଦେବ ସାହୁ, ବଳରାମ ଜେନା, ଲକ୍ଷ୍ମୀଧର ବେହେରା, ଗୁଣବନ୍ଧୁ ବାରିକ ଉପସ୍ଥିତ ଥିଲେ ।


