ବ୍ଳକ୍ ସ୍ତରୀୟ ବିଜେପି କମିଟିର ସାଂଗଠନିକ ବୈଠକ
ବେଲଗୁଣ୍ଠା, (ଯୁଗାବ୍ଦ ନ୍ୟୁଜ):ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ତିନି ପ୍ରମୁ୍ଖ ରାଜନୈତିକ ଦଳ ମଧ୍ୟରେ ସେତିକି ତତ୍ପରତା ବୃଦ୍ଧି ପାଉଛି I ବିଶେଷ କରି ରାଜ୍ୟର ବିଜେପି ଏବଂ ବିଜେଡ଼ି ନେତୃବୃନ୍ଦ ନିର୍ବାଚନ ପାଇଁ ଆଗୁଆ ଅଣ୍ଟା ଭିଡ଼ି ନିୟମିତ ଭାବରେ ବୈଠକ, ମିଶ୍ରଣ ପର୍ବ ଭଳି କାର୍ଯ୍ୟକ୍ରମ ଜାରି ରଖିଛନ୍ତି I ଆଜି ବେଲଗୁଣ୍ଠା ବ୍ଳକ୍ ବିଜେପି ପକ୍ଷରୁ ଗାଙ୍ଗପୁର ବିଜେପି କାର୍ଯ୍ୟାଳୟ ପରିସରରେ ଏକ ବ୍ଳକ୍ ସ୍ତରୀୟ ସାଂଗଠନିକ ବୈଠକ ଆୟୋଜନ କରାଯାଇ ଯାଇ ଏଥିରେ ଆଗାମୀ ନିର୍ବାଚନ ପାଇଁ ନକ୍ସା ପ୍ରସ୍ତୁତ କରାଯାଇଛି I ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଳିକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପୋଲାଇ,ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ଆସ୍କା ଏନ୍ଏସି ସ୍ଵଛ ଭାରତ ଚିଫ୍ ମହେଶ୍ ମହାନ୍ତି, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା,ଉପ ସଭାପତି ସନ୍ତୋଷ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପଣ୍ଡା,ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷା ପ୍ରତିନିଧି କେ ରବିନ୍ଦ୍ର କୁମାର ପାତ୍ର,ସମ୍ପାଦକ ଅନୀଲ ପଣ୍ଡା, ଜିଲ୍ଳା ସାଧାରଣ ସମ୍ପାଦକ ରଞ୍ଜନ ରାଉତ ଏବଂ ସାତ ଜଣ ମଣ୍ଡଳ ସଭାପତିଙ୍କ ସମେତ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଉପସ୍ଥିତରହି ଦଳର ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ପାଇଁ ପ୍ରସ୍ତୁତି ଆରମ୍ଭ ଉପରେ ଆଲୋଚନା କରିଥିଲେ I


