ନଷ୍ଟ କଲେ ଏକର ଏକର ଧାନ ଫସଲ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳ ରେ ଥମୁନି ଝାଡଖଣ୍ଡି ବଣୁଆ ହାତୀ ଉପଦ୍ରବ।ପ୍ରତ୍ୟେକ ବର୍ଷଭଳି ଏବର୍ଷ ମଧ୍ୟ୍ୟ ୨୫ ଟିକିଆ ଝାଡଖଣ୍ଡି ବଣୁଆ ହାତୀ ପଲ କରଞ୍ଜିଆ ବନଖଣ୍ଡ ରେ ତାଙ୍କ ଉପଦ୍ରଵ ଜାରୀ ରଖିଛନ୍ତି |ଶନିବାର ବିଳମ୍ବିତ ରାତିରେ ଦୁଧିଆଣି ରେଞ୍ଜ ତାଟ ପଂଚାୟତ ବିଉଁରିଆ ଗ୍ରାମ ରେ ପଶି ଏକର ଏକର ଧାନ ଫସଲ ନଷ୍ଟ କଲେ ୨୫ ଟିକିଆ ଝାଡଖଣ୍ଡି ହାତୀପଲ। ସେପଟେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ଉଦ୍ୟମ ଜାରି ରହିଥିଲେ ମଧ୍ୟ ହାତୀପଲ ଅଞ୍ଚଳ ଛାଡି ଯିବାର ନାମ ଧରୁନାହାନ୍ତି। ଏଥିପାଇଁ ବନ ବିଭାଗକୁ ନାକେଦମ ହେବାକୁ ପଡୁଛି । ଅପର ପକ୍ଷରେ ସ୍ଥାନୀୟ ଅଞ୍ଚଳରେ ହାତୀପଲ ଏଭଳି ଉପଦ୍ରବ କରୁଥିବାରୁ ଅମଳକ୍ଷମ ଧାନ ବିଲରେ ରହିଛି ହାତୀମାନେ ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଅଂଚଳର ଚାଷୀମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି ।


