୧୯୯୩ ବ୍ୟାଚର ବନ୍ଧୁଙ୍କ ପାଇଁ ଶ୍ରଦ୍ଧାଂଜଳି ସଭା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର +୨ ବିଜ୍ଞାନ ୧୯୯୩ ମସିହା ବ୍ୟାଚ୍ର ସହପାଠୀମାନଙ୍କ ଦ୍ୱାରା ନିଜ ବନ୍ଧୁ ତଥା ବାଲିକୁଦା ମହାବିଦ୍ୟାଳୟ ଉଭିଦ ବିଜ୍ଞାନର ଅଧ୍ୟାପକ ବିଭୁପ୍ରସାଦ ଦାଶ(୪୫)ଙ୍କର ଅକାଳ ବିୟୋଗ ପାଇଁ ନାଉଗାଁ ସାଧୁ ଗୋସ୍ୱାମୀ ପୀଠ ପରିସରରେ ଏକ ଶ୍ରଦ୍ଧାଂଜଳି ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସହପାଠୀ ବିଭୁତି ଭୂଷଣ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଦିବଙ୍ଗତ ଅଧ୍ୟାପକଙ୍କର ଅନେକ ସହପାଠୀ ଯୋଗଦାନ କରି ଲୋତକପୂର୍ଣ୍ଣ ଅନୁଭୂତି ବଖାଣିବା ସହିତ ତାଙ୍କ ପରି ଜଣେ ଭଲ ମଣିଷ ସଂସାରରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ । ସହପାଠୀ ତ୍ରିପାଠୀଙ୍କ ସହିତ ସୁବ୍ରତ ସ୍ୱାଇଁ,ଅକ୍ଷୟ ରାଉତ, କଲ୍ୟାଣୀ ବେହେରା, ମମତା ପରିଡା, ସୁଜାତା ମୁଦୁଲି, କଳ୍ପନା ପରିଡା, ଦେବାଶୀଷ ମହାନ୍ତି, ତପନ ଲେଙ୍କା, ପ୍ରଶାନ୍ତ ଲେଙ୍କା, ଗଣେଶ ସ୍ୱାଇଁ, ଶ୍ରୀକାନ୍ତ ସାହୁ, ଅଶୋକ ମହାନ୍ତିଙ୍କ ସମେତ ଅନ୍ୟ ସହପାଠୀମାନେ ଯୋଗ ଦେଇଥିଲେ ।


