ଉତ୍କଳ ବାଳାଶ୍ରମରେ ଶିଶୁ ମହୋତ୍ସବ‘ମହକ’

ବାଲେଶ୍ୱର, (ସରୋଜ ପଣ୍ଡା) : ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ ଜୟନ୍ତୀ ତଥା ପବିତ୍ର ଶିଶୁ ଦିବସ ଅବସରରେ ବାଲେଶ୍ୱରର ଉତ୍କଳ ବାଳାଶ୍ରମ ପରିସରରେ ଦ୍ୱାଦଶ ଶିଶୁ ମହୋତ୍ସବ ‘ମହକ’ ରବିବାର ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ପରିବାରଠାରୁ ଦୂରେଇ ଆସିଏହିଭଳି ଆଶ୍ରମରେ ରହି ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ଆୟୋଜିତଶିଶୁ ଉତ୍ସବ ମହକ ବେଶ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ଶରୀରିକ ବିକାଶରେ ମହକ ବେଶ ସହାୟକ ହୋଇଛି ବୋଲି କହିଥିଲେ । ପ୍ରତିଭାଶ୍ରୀ ମୁଖ୍ୟ କବି ପ୍ରଶାନ୍ତ ଦାସ, ସମାଜ ବାଲେଶ୍ୱର ସଂସ୍କରଣ ଡେସ୍କ ଇନଚାର୍ଯ ଶଶିରଞ୍ଜନ ମଲିକ, ଅକ୍ଷୟ ମଲିକ, ଉତ୍ପଳ ମହାନ୍ତି ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଉଦ୍ୟମରେ ୧୨ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଶିଶୁ ଉତ୍ସବ ‘ମହକ’ବାଳାଶ୍ରମ ପାଇଁ ଏକ ପରମ୍ପରା ହୋଇଛି ବୋଲି ଅତିଥିମାନେ କହିଥିଲେ । ତେବେ ବାଳାଶ୍ରମର ମୌଳିକ ତଥା ବ୍ରିଟିଶ ଅମଳର କୋଠା ନଷ୍ଠ କରାଯାଇଥିବାକୁ ନେଇ ଅତିଥି ଭାବେ ଅସନ୍ତାଷ ପ୍ରକାଶ କରିଥିଲେ । ବାଲେଶ୍ୱର ଜିଲା ପାଇଁ ଏହା ଐତିହ୍ୟ ହୋଇଥିବା ଏହି କୋଠାକୁ ସମ୍ପୂର୍ଣ୍ଣ ଭାଙ୍ଗିଦେବା ଆଦୌ ଉଚିତ ନଥିଲା ବୋଲି ଅତିଥିମାନେ କହିଥିଲେ । ସାମ୍ବାଦିକ ମୁଖ୍ୟ ସତ୍ୟଶିବ ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଯୁବନେତା ତୁଷାରକାନ୍ତି ତପସୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ