ରାଇରଙ୍ଗପୁରରେ ୩୬ ତମ ଜଗଦ୍ଧାତ୍ରୀ ପୂଜା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରର କୁଚେଇବୁଢୀ ଗ୍ରାମର ମୁର୍ମୁ ଛକରେ ଥିବା ପୂଜାମଣ୍ଡପରେ ୧୯୮୬ ମସିହାରୁ ଆରମ୍ଭ ହୋଇଥିବା ବାମନଘାଟୀ ଉପଖଣ୍ଡର ଏକମାତ୍ର ଜଗଦ୍ଧାତ୍ରୀ ପୂଜା କମିଟି ଆନୁକୂଲ୍ୟରେ ମା’ଜଗଦ୍ଧାତ୍ରୀଙ୍କ ୩୬ ତମ ପୂଜା ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଛି । ମା’ଙ୍କ ଅଷ୍ଟମୀ ପୂଜା ଅବସରରେ ସୂର୍ଯ୍ୟପୂଜା, ସ୍ନାନ ଉପଚାର ମଣ୍ଡଳାଦି ପୂଜା ସମାପନ ହୋଇଥିଲା । ଷଷ୍ଠୀଦିନ ବିଲ୍ୟଦୀଷ, ପରେ ସପ୍ତମୀ ଦିନ ମା’ଙ୍କ ଘଟୋତ୍ତୋଳନ, ନବପତ୍ରିକା ପୂଜା ଓ ପ୍ରବେଶ, ସୂର୍ଯ୍ୟପୂଜା, ମା’ଙ୍କର ଚକ୍ଷୁଦାନ ନ୍ୟାସ ଓ ହୋମ ପୁଷ୍ପାଞ୍ଜଳି କରି ମା’ଙ୍କ ପୂଜା ମୁଖ୍ୟ ପୂଜକ ଜନ ରଂଜନ ପଣ୍ଡା ଓ ସହକ ପୂଜକ ଟିକ ହୋତାଙ୍କ ଦ୍ଵାରା ଏବଂ କର୍ତ୍ତା ସିକନ ମହାନ୍ତି ଓ ତାଙ୍କ ସହଧର୍ମିଣୀଙ୍କ ଦ୍ଵାରା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଶନିବାର ଦିନ ଦଶାହରା ଅନୁଷ୍ଠିତ ହୋଇଅଛି । କୋଭିଡ କଟକଣା ଅନୁସାରେ ନିରାଡମ୍ବର ସ଼ହ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଳୁମାନେ ମା’ଙ୍କ ପାଖରେ ପୂଜାର୍ଚନା କରି ଆଶୀର୍ବାଦ ନେବା ସହ ସମାଜରୁ କରୋନା ମୁକ୍ତ ହେଉ ବୋଲି ମା’ଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୂଜା କମିଟିର ଟନି ପଣ୍ଡା, ମାନୁ ମହାପାତ୍ରଙ୍କ ସମେତ କମିଟିର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ