ଖଡଖାଇ ନଦୀ କୂଳରୁ ବଡ ଆକୃତିର ବୟସ୍କ କଇଁଛ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାବହଳଦା ବନାଞ୍ଚଳ ଅନ୍ତର୍ଗତ ଜାମଦା ବ୍ଲକର ରାଙ୍ଗାମାଟିଆ ଗ୍ରାମବାସୀ ରବିବାର ସକାଳେ ଶୌଚ କରିବାକୁ ଯାଇ ଖଡଖାଈ ନଦୀକୂଳରୁ ଏକ ବିଶାଳ ବୟସ୍କ ଶିବଲିଙ୍ଗ ଆକୃତି କଚିମକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଏହି ଶିବଲିଙ୍ଗ ଆକୃତି କଚିମକୁ ଦେଖିବାକୁ ଆଖପାଖ ଗ୍ରାମରୁ ଶହ ଶହ ଲୋକେ ଦେଖିବାକୁ ଶୁଅ ଛୁଟିଥିଲେ । ବନ ବିଭାଗ କଇଁଛ କୁ ନିଜ ହେପାଜତରେ ରଖିଛନ୍ତି । ସୋମବାର ଦିନ କୌଣସି ଜଳାଶୟରେ ଛାଡିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।


