ଓଡିଶାର ସୁନାମଧନ୍ୟ ଝୁମର କଣ୍ଠଶିଳ୍ପୀ ସୁଧାଂଶୁ ବଳଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଈରଙ୍ଗପୁର ପୌରଖଞ୍ଚଳ ଅନ୍ତର୍ଗତ ପୁରୁଣାଘାଟୀ ନିବାସୀ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତ ସୁଧାଂଶୁ ବଳଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଅନୁଷ୍ଠିତ ହୋଇଯାଇଛି । ଯଦିଓ ବୃତ୍ତିରେ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଥିଲେ ହେଲେ ସେ ସଂଗୀତ କଳାର ଆଜୀବନ ପୂଜାରି ଥିଲେ । ଝୁମର, ଭଜନ,ସାନ୍ତାଳୀ ଗୀତରେ ତାଙ୍କର ଦକ୍ଷତା ଥିଲା ।ବିଭିନ୍ନ ରାଜ୍ୟ ସ୍ତରୀୟ ମହୋତ୍ସବରେ ସେ ଯୋଗଦାନ କରିଥିଲେ । ଆଜିର ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭରେ ବହୁମାନ୍ୟଗଣ୍ୟ, କଳାକାର, ଶିକ୍ଷକ ବୃନ୍ଦ ଯୋଗଦେଇ ତାଙ୍କର ଅମ୍ଳାନ ଜୀବନ ସ୍ମୃତିଚାରଣ କରିଥିଲେ । ରାଇରଙ୍ଗପୁର ସାଂସ୍କୂତିକ ଅନୁଷ୍ଠାନରସଦସ୍ୟ ଶିକ୍ଷାବିତ୍ ପ୍ରଶାନ୍ତ ପରୀକ୍ଷା, ପରିକ୍ରମା ସଭାପତି ମନୋଜ ଦାସ,ସୁନାମଧନ୍ୟ କଣ୍ଠଶିଳ୍ପୀ କୁମାର ମନୁ, ଖ୍ୟାତନାମା ନୂତ୍ଯଗୁରୁ ସୁବାସ ପାତ୍ର, ବିମଳ ମହାନ୍ତି, ସୌରଭ ପଟନାୟକ, ଯୁବ କଣ୍ଠଶିଳ୍ପୀ ଅନନ୍ୟା ଅଭିଲିପ୍ସା ଏବଂ ବହୁ କଳାକାର ଉପସ୍ଥିତ ରହି ତାଙ୍କ ହଜିଲା ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


