ଵିଧାନସଭା ଷ୍ଟାଣ୍ଡିଂ କମିଟିର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ
ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାରଙ୍କ ବିଧାନସଭାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଷ୍ଟାଣ୍ଡିଂ କମିଟି ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ରୋଗୀ ୱାର୍ଡ ବୁଲିବା ସହ ରୋଗୀଙ୍କ ସହ ସେମାନଙ୍କର ପରିସ୍ଥିତି ବୁଝାବୁଝି କରି ଫେରିଯାଇଛନ୍ତି । ଏଥିରେ କମିଟିର ଅଧ୍ୟକ୍ଷ ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ର, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ମୋରଡା ବିଧାୟକ ରାଜୁ କିଶୋର ଦାସ, କରଂଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ,ବରଗଡ଼ ବିଧାୟିକା କୁସୁମ ଟେଟେ, ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ , ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଦିଲିପ ଶତପଥୀ, ସ୍ବତନ୍ତ୍ର ସଚିବ ହରପ୍ରସାଦ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୁଖ ପ୍ରଦୀପ ମହାପାତ୍ର ପ୍ରମୁଖ ଗସ୍ତ କରିଥିଲେ ।ଏହି ଗସ୍ତ ସମୟରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ । ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଛତିଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ହସ୍ପିଟାଲ କାର୍ୟ୍ୟାଳୟ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଡାକ୍ତର କାମନାରେ ଆବଶ୍ୟକୀୟ ଶଯ୍ୟା ନ ଥିବାରୁ ପ୍ରସୂତି ମହଙିଳା ,ପୁରୁଷ ଗୃହର ରୋଗୀମହିଳା ଗୃହର ରୋଗୀମାନେ ତଳେ କୁକୁର ଛେଳି ଭଳି ଗଡୁଥିଲା ଦେଖି ଉଦବେଗ ପ୍ରକାଶ କରିଥିଲେ । ଭୌଗଳିକ ଅବସ୍ଥିତି ଓ ଲୋକସଂଖ୍ୟା ଯୋଗୁଁ ରାଇରଙ୍ଗପୁର ହସ୍ପିଟାଲକୁ ଜିଲ୍ଲା ଡାକ୍ତରଖାନାର ମାନ୍ୟତା ପାଇଁ ସବୁଦୃଷ୍ଟିରୁ ଉପଯୁକ୍ତ ବୋଲି ସମ୍ମତି ପ୍ରକାଶ ପାଇଥିଲା । ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ସର୍ଜରୀ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ଦୁର୍ଘଟଣା ଗ୍ରସ୍ତ ରୋଗୀ ସେବା ପାଇବାରୁ ବଂଚିତ ନେଇ କମିଟି ଅସନ୍ତୋଷ ପାଇଥିଲା । ଡାକ୍ତରଖାନାରେ ସ୍ଥାୟୀ ପାଣି, ଉପଖଣ୍ଡରେ ୩୫ ଡାକ୍ତର ପଦବୀ ଖାଲି, ରାଇରଙ୍ଗପୁର ଡାକ୍ତରଖାନାରେ ୧୨ ଡାକ୍ତର ପଦବୀ ଖାଲି ନେଇ ଉଦବେଗ ପ୍ରକାଶ ପାଇଥିଲା । ଷ୍ଟାଣ୍ଡିଂ କମିଟି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଟ୍ରାମା କେୟାର, ସିଟି ସ୍କାନ, ଡାଇଲିସିସବ୍ୟବସ୍ଥା, ବିଶୋଇ ହସ୍ପିଟାଲକୁ ପାଇଁ ଗୋଷ୍ଠୀ ପାଇଁ ସରକାରଙ୍କ ପାଖରେ ସୁପାରିଶ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।