ଟୁର୍ଣ୍ଣାମେଂଟର ଉଦ୍‌ଯାପନୀ ଦିବସ ଅନୁଷ୍ଠିତ

ଘଟଗାଁ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଜୟ ବଜରଙ୍ଗବାଲି ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଂଟ ଆଜି ଉଦ୍‌ଜାପନି ଦିନଓ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟ ଦିର୍ଘ ତିନି ଦିନ ଧରି ଚାଲୁ ରହିଥିବା ବେଳେ ଏହି ଟୁର୍ଣ୍ଣାମେଂଟରେ ମୋଟ ୪୮ଟି ଟିମ୍ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ଖୁଂଟା, ଓଡି-୦୯-କ୍ୟୁ-୨୧୪୭, କେନ୍ଦୁଡିହା, ଆର.ଏମ୍ କ୍ଲବ୍ ଏହି ୪ଟି ଟିମ୍ ସମସ୍ତ ଟିମ୍ କୁ ପଛରେ ପକାଇ ସେମିଫାଇନାଲରେ ପ୍ରବେଶ କରିଥିଲେ । ଗତ ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଖୁଂଟା ଏବଂ ଆର୍‌.ଏମ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ଖୁଂଟା ଟିମ୍ ଆର୍‌.ଏମ୍ କ୍ଲବ୍ ଟିମ୍ ପଛରେ ପକାଇ ଉକ୍ତ ମ୍ୟାଚ୍‌ର ବିଜେତା ହୋଇ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ କେନ୍ଦୁଡିହା ଏବଂ ଓଡି-୦୯-କ୍ୟୁ-୨୧୪୭ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ଓଡି-୦୯-କ୍ୟୁ-୨୧୪୭ ଟିମ୍ କେନ୍ଦୁଡିହାକୁ ପଛରେ ପକାଇ ସେ ମଧ୍ୟ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପକ୍ଷରେ ଆଜି ଉଦ୍‌ପାପନି ଦିବସରେ ଯେହେତୁ ଫୁଟବଲ ଟୁର୍ଣ୍ଣାମେଂଟରେ ପ୍ରଥମ ଦ୍ୱିତୀୟ ସମେତ ୩ୟ ଏବଂ ୪ର୍ଥ ପ୍ରାଇଜ୍ ଅଛି ତେଣୁ ତୃତୀୟ ଏବଂ ଚତୁର୍ଥ ପ୍ରାଇଜ ପାଇଁ ପ୍ରଥମେ ଉଭୟ ଦୁଇ ସେମିଫାଇଲ ପରାଜୟ ଟିମ୍ କେନ୍ଦୁଡିହା ଏବଂ ଆର୍‌.ଏମ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ କେନ୍ଦୁଡିହା ଟିମ୍ ଆର.ଏମ କ୍ଲବ ଟିମ୍‌କୁ ଫଛରେ ପକାଇ ତୃତୀୟ ଫାଇନାଲିଷ୍ଟ ହୋଇଥିଲା । ପରେ ପରେ ପରେ ଜୟ ବଜରଙ୍ଗବଲି କ୍ରିକେଟ ଟୁର୍ଣ୍ଣାମେଂଟରେ ଅତିଥି ଭାବେ ସାମ୍ବାଦିକ ଯୋଗେଶ ପଣ୍ଡା, ନାରାୟଣ ପଲେଇ ଏବଂ ଗୋବର୍ଦ୍ଧନ ବେହେରା(କାବୁଲି ସାର୍‌) ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଉପସ୍ଥିତିରେ ଫାଇନାଲ ମ୍ୟାଚ ଓଡି-୦୯-କ୍ୟୁ-୨୧୪୭ ଟିମ୍ ଏବଂ ଖୁଂଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ଉଭୟ ଦଳ ରୋମାଂଚକର ଖେଳ ପ୍ରଦର୍ଶନ କରିଥିଲେ । ଶେଷରେ ଖୁଂଟା ଟିମ୍ ଓଡି-୦୯-କ୍ୟୁ-୨୧୪୭ ଟିମ୍‌କୁ ପେନାଲ କିକ୍‌ରେ ୩-୧ରେ ପରାସ୍ତ କରିବାରେ ସକ୍ଷମ ହୋଇ ଜୟ ବଜରଙ୍ଗବାଲି ଫୁଟବଲ ଟୁର୍ଣ୍ଣାମେଂଟ ୨୦୧୯ ବର୍ଷ ଚାମ୍ପିଆନ ହୋଇଥିଲା । ପ୍ରାଇଜ ସେରିମୋନି କାର୍ଯ୍ୟ ପରିଚାଳନା କରିଥିଲେ ରଞନ ମାରାଣ୍ଡି । ପରେ ଅତିଥି ମାନେ ଖେଳାଳି ମାନଙ୍କୁ ଫୁଟବଲ ଖେଳ ସମ୍ପର୍କରେ ସଂକ୍ଷପରେ ବାର୍ତା ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ହାତିନୋଟା ୱାର୍ଡମେମ୍ବର ଚନ୍ଦ୍ରମଣୀ ନାଏକ, ପବିତ୍ର ପାତ୍ର ଏବଂ ହାତିନୋଟା ଗ୍ରାମର କିଛି ମାନ୍ୟଗନ୍ୟ ବ୍ୟକ୍ତି ଅତିଥି ମାନଙ୍କ ସହିତ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଂଟର ସମସ୍ତ ମ୍ୟାଚ୍‌କୁ ଅତି ସୁନ୍ଦର ଭାବେ ମକୁରୁ, ମାନଓ, ଦିବାକର ଏବଂ ସଞୟ ରେଫରୀ କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ ସେହିପରି ଏହି ଫୁଟବଲ ଟୁର୍ଣ୍ଣାମେଂଟର ଆୟୋଜକ ଅଜୟ ପାତ୍ର ଏବଂ ସଞୟ ମୁଣ୍ଡା ଏବଂ ବଜରଙ୍ଗବାଲି ଆସୋସିଏସନର ସଦସ୍ୟ ରାଧା ମୁଣ୍ଡା, ବିଦ୍ୟାଧର ମୁଣ୍ଡା, ରାମ, କରୁଣା, ହରିଶ୍‌, ରାଜକିଶୋର, ସଞୟ, ବିରେନ୍ଦ୍ର, ମୁନ୍ନା, ମାନଓ, ମନୋଜ, ସନାତନ, ଅନନ୍ତ, କୁସୁନୁ ପ୍ରମୁଖ ଏହି ଟୁର୍ଣ୍ଣାମେଂଟରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ