କବିସୂର୍ଯ୍ୟନଗର ନିର୍ବାଚନୀ ମଣ୍ଡଳିର କୋଦଲା ଏନଏସିର ଭିତିଭୂମିର ବିକାଶ ନିମନ୍ତେ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନୀ ମଣ୍ଡଳୀର ୩ ଏନଏସି, ହିଞ୍ଜିଳି ପୈାରପାଳିକା ଓ କବିସୂର୍ଯ୍ୟନଗର ନିର୍ବାଚନୀ ମଣ୍ଡଳୀର କୋଦଲା ଏନଏସିର ଭୀତିଭୂମିର ବିକାଶ ନିମନ୍ତେ ୨୩୪ ପ୍ରକଳ୍ପର ୧୫ କୋଟି ୭୨ ଲକ୍ଷ ଟଙ୍କା ମଞ୍ଜୁର ଅନୁମୋଦନ ୫ -ଟି ସଚ୍ଚିବ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଛତ୍ରପୁର ସ୍ଥିତି ଜିଲ୍ଲାପାଳଙ୍କ ଓସ୍ୱାନ କନଭେରନ୍ସିଂ ହଲରେ ପୃଥକ ପୃଥକ ଏହି ସବୁ ଏନଏସି ର ସ୍ଥାନୀୟ ବିଧାୟକ ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହି ଭିଡିଓ କନଫେରିନ୍ସି ଜରିଆରେ ୫-ଟି ସଚ୍ଚିବ ଭି.କେ.ପାଣ୍ଡିଆନ ସହ କଥା ହୋଇ ବିଭିନ୍ନ ପ୍ରକଳ୍ପର ମଞ୍ଜୁର ନିମନ୍ତେ ନିବେଦନ କରିଥିଲେ । ଏଥିସହ ୫-ଟି ସଚ୍ଚିବ ମୁକ୍ତା ଯୋଜନାରେ ମହିଳା ମାନଙ୍କୁ ସଶକ୍ତିକରଣ କରାଯାଉଥିବା କହିବା ସହ କିଛି ମହିଳାଙ୍କ ସହ ମଧ୍ୟ କଥା ହୋଇଥିଲେ । ହିଞ୍ଜିଳି ପୈାରପାଳିକା କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ, ଶିଶୁ କ୍ରୀଡା ଉଦ୍ୟାନ, ଶୈାଚାଳୟ ଆଦି ୮୨ ଗୋଟି ପ୍ରକଳ୍ପ ର ୫ କୋଟି ୨୬ ଲକ୍ଷ ବ୍ୟାୟ ଅଟକଳର ଅନୁମୋଦନ ପାଇଁ ମୂଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି । ସେହିପରି ଛତ୍ରପୁର ନିର୍ବାଚନୀ ମଳୀର ଛତ୍ରପୁର ଏନଏସି ନିମନ୍ତେ 51ଟି ପ୍ରକଳ୍ପ 3କୋଟି 36ଲକ୍ଷ ,ଗଞ୍ଜାମ ଏନଏସି 31 ଟି ପ୍ରକଳ୍ପ ନିମନ୍ତେ 2କୋଟି 26ଲକ୍ଷ ଓ ରମ୍ଭା ଏନଏସିର 24ଟି ପ୍ରକଳ୍ପ ନିମନ୍ତେ 2କୋଟି 33ଲକ୍ଷ ମୋଟ ସମୁଦାୟ ୧୦୬ ଟି ପ୍ରକଳ୍ପର ୭ କୋଟି ୯୫ ଲକ୍ଷ , କବିସୂର୍ସ୍ୟନଗର ନିର୍ବାଚନୀ ମଳିର କୋଦଳା ଏନଏସିର ୪୬ ଟି ପ୍ରକଳ୍ପ ର ୨କୋଟି ୫୧ ଲକ୍ଷ ଟଙ୍କା ମଞ୍ଜୁର ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ୫- ଟି ସଚ୍ଚିବ ଙ୍କୁ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି । ଗଞ୍ଜାମ ଜିଲ୍ଲାକୁ ସାରା ରାଜ୍ୟରେ ଏକ ଶ୍ରେଷ୍ଠ ଜିଲ୍ଲା ରେ ପରିଣତ ଲକ୍ଷ୍ୟ ହାସଲ ପାଇଁ ସମସ୍ତ ଜନପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ୫-ଟି ସଚ୍ଚିବ କହିଥିଲେ । ଏହି ବୈଠକରେ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡ଼ିଏ ପିଡି ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ବିଡିଏ ସେକଟ୍ରାରୀ ସମ୍ବିତ ରାଉତ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁଙ୍କ ସମେତ ସମସ୍ତ ଇଓ, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ , ସମସ୍ତ ଏନଏସି ଜନ ପ୍ରତିନିଧି, ବୁଦ୍ଧିଜୀବୀ ଏବଂ ଜନ ସାଧାରଣ ମାନେ ଡିଆରଡ଼ିଏ, ଛତ୍ରପୁର, ଗଞ୍ଜାମ, ହିଞ୍ଜିଳି, କୋଦଳା ର ଭି ସି ହଲ ଠାରେ ଉପସ୍ଥିତ ଥିଲେ ।