ନୂଆଗାଁ ଛକ ନିକଟରେ ହାଇୱା ପେଟ୍ରୋଲିଙ୍ଗ ଗାଡିକୁ ଧକ୍କା ଦେଇ ଓଲଟିଲା କାର : ଦୁଇ ଆହତ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟସ୍ଥ ଜାତୀୟ ରାଜପଥରେ ଥିବା ହାଇୱେ ପୋଲିସ ପେଟ୍ରୋଲିଂ ଗାଡ଼ିକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଏକ କାର ଓଲଟି ପଡିଛି। ମିଳିଥିବା ସୂଚନା ମୁତାବକ ଓଡି୦୭ ଏକେ ୮୦୮୧ ବିଶିଷ୍ଟ ନମ୍ବର ଏକ କାର ରମ୍ଭାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ନୂଆଗାଁ ଛକ ନିକଟରେ ଭାରସାମ୍ୟ ହରାଇ ପେଟ୍ରୋଲିଂ ଗାଡ଼ିକୁ ଧକ୍କା ଦେବା ଫଳରେ କାରଟି ଓଲଟି ପଡିଥିଲା । କରରେ ବସିଥିବା ଚାଳକ ଦଣ୍ଡପାଳ ଗୁରୁତର ଆହାତ ହୋଇଥିବାବେଳେ ଶ୍ରୀତମ ମଲ୍ଲିକ ସାମାନ୍ୟ ଆହାତ ହୋଇଛନ୍ତି । ଗୁରୁତର ଦଣ୍ଡଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା। ଘଟଣାସ୍ଥଳରେ ଛତ୍ରପୁର ଥାନା ପୋଲିସ ଓ ଗଞ୍ଜାମ ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।


