ଦୁଇ ଗୋଷ୍ଠି ମଧ୍ୟରେ ହାତାହାତି ; ଥାନାରେ ମାମଲା ରୁଜୁ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗ୍ରାମରେ କୌଣସି କାରଣ ନେଇ ଗତକାଲି ବିଳମ୍ବିତ ରାତ୍ର ରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହେବା ସହ ମାମଲା ଥାନାରେ ରୁଜୁ ହୋଇଛି । ଗ୍ରାମରେ କୋଠିଶାଳ ବିସର୍ଜନ ବେଳେ କୌଣସି କଥାକୁ ନେଇ ଗ୍ରାମର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହେବା ପରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏନେଇ ଉଭୟ ପକ୍ଷରୁ ଛତ୍ରପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଗୁରୁବାର ପୋଲିସ୍ ତଦନ୍ତ ଆରମ୍ଭ କରିଛି । ବିଶେଷ ସୁତ୍ର ରୁ ମିଳିଥିବା ଖବର ଅନୁଯାୟୀ, ଗ୍ରାମରେ ଟ୍ରକ ଆସୋସିଏସନ୍ କୁ ନେଇ କିଛି ଦିନ ହେଲା ଦୁଇ ଗୋଷ୍ଠି ମଧ୍ୟରେ ମତାନ୍ତର ଚାଲିଥିବା ବେଳେ ଗତକାଲି କୋଠିଶାଳା ଯାତ୍ରାର ଶେଷ ଦିନରେ ଠାକୁରଙ୍କ ଭସାଣି ଯାତ୍ରା ସମୟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଝଗଡାର ସୁତ୍ରପାତ ହୋଇଥିଲା ।


