ପାରଳା +୩ ମହିଳା ମହାବିଦ୍ୟାଳୟ ତରଫରୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଠାରେ ଥିବା +୩ ମହିଳା ମହାବିଦ୍ୟାଳୟ ତରଫରୁ ନୂତନ ଭୋଟରଙ୍କ ନାମ ପଞ୍ଜିକରଣର ସଚେତନତା ପାଇଁ ଏକ ରାଲି ଆଜି ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାର ଡେପୁଟି କଲେକ୍ଟର ରାଜେନ୍ଦ୍ର କୁମାର ଭୁୟାଁ ଏବଂ +୩ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରିନା ସାହୁ ମିଳିତ ଭାବେ ଏହି ର‌୍ୟାଲିର ସୁଭାରମ୍ଭ କରିଥିଲେ । ମହିଳା ମହାବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ସଚେତନତା ର‌୍ୟାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତା ଦେଇ ପାରଳାଖେମୁଣ୍ଡି ସହର ପରିକ୍ରମା କରି ନୂତନ ଭୋଟରଙ୍କ ନାମ ପଞ୍ଜିକରଣର ସଚେତନତା ପାଇଁ ଛାତ୍ରୀମାନେ ପ୍ଲାକାର୍ଡ ଧରି ଭୋଟରଙ୍କୁ ସଚେତନତା ପାଇଁ ସ୍ଲୋଗାନ ଦ୍ୱାରା ଆହ୍ୱାନ ଜଣାଇଥିଲେ । ଏହି କର୍ଯ୍ୟକ୍ରମରେ +୩ ମହିଳା ମହାବିଦ୍ୟାଳୟର ଏନଏସଏସ ଅଧିକାରିଣୀ ଡ.ଭାରତୀ ପାଣିଗ୍ରାହୀ, ରେଡକ୍ରସ ଅଧିକାରିଣୀ ମଧୁସ୍ମୀତା ପ୍ରଧାନ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ବରଦା ଆଚାର୍ଯ୍ୟ,ସିଏଚ ନିର୍ମଳା,ଏଲ.ଦୁର୍ଯ୍ୟଧନ, ରଞ୍ଜିତା କୁମାରୀ ପଟ୍ଟନାୟକ,ଲାଲି ଖଡଗରାୟ, କେ.ଦୁର୍ଯ୍ୟଧନ, ଏଲ ଅଶୋକ ପ୍ରମୁଖ ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ