ଓଡିଶା ନିର୍ମାଣ ମଜଦୁର ସଭାର କ୍ଷମତାପ୍ରାପ୍ତ ସଦସ୍ୟ ହେଲେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ହିନ୍ଦ ମଜଦୁର ସଭା ଦ୍ୱାରା ଅନୁ ବନ୍ଧିତ ଓଡିଶା ନିର୍ମାଣ ମଜଦୁର ସଭା ପକ୍ଷରୁ କେନ୍ଦ୍ରାପଡାର ଯୁବନେତା ତ୍ରିଲୋଚନ ଦାସଙ୍କୁ କ୍ଷମତାପ୍ରାପ୍ତ ସଦସ୍ୟ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି । ଯୁବନେତା ଶ୍ରୀ ଦାସ ନିର୍ମାଣ ଶ୍ରମିକମାନଙ୍କୁ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ହିତାଧିକାରୀ ଭାବେ ପଞ୍ଜିକରଣ ନିମନ୍ତେ ନିଯୁକ୍ତି ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ କରିପାରିବେ ବୋଲି ଓଡିଶା ନିର୍ମାଣ ମଜଦୁର ସଭା (ଟ୍ରେଡ ୟୁନିଅନ) ପକ୍ଷରୁ କ୍ଷମତାପ୍ରାପ୍ତ କରାଯାଇଛି । ଏସଂକ୍ରାନ୍ତରେ ଓଡିଶା ନିର୍ମାଣ ମଜଦୁର ସଭାର ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ ଏକ ସ୍ୱୀକୃତିପତ୍ର ତ୍ରିଲୋଚନଙ୍କୁ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମର ବାସିନ୍ଦା ଶ୍ରୀ ଦାସ ବିଭିନ୍ନ ସମୟରେ ବହୁ ସାମାଜିକ କାର୍ଯ୍ୟକ୍ରମ ସମେତ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଏହି ସ୍ୱୀକୃତିପତ୍ର ପ୍ରଦାନ ନେଇ ଶ୍ରୀ ଦାସଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ