ମୃତ୍ତିକା ସ୍ଵାସ୍ଥ୍ୟ ପରିଚାଳନା ସଂପର୍କିତ ତାଲିମ ଶିବିର
ରାଇକିଆ, (ପ୍ରଦୀପ ବେହେରା) : ରବିବାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଗମାଣ୍ଡି ଗ୍ରାମରେ କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ସଂପର୍କିତ ଏକ ତାଲିମ କାର୍ଯ୍ୟକ୍ରମ 50 ଜଣ ଉଭୟ ପୁରୁଷ ଓ ମହିଳା ଚାଷୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।ଏହି ତାଲିମ କାର୍ଯ୍ୟକ୍ରମ ରେ କୃଷି ବିଭାଗ ରୁ ଜିଲା କୃଷି ଅଧିକାରୀ ଅଜୟ କୁମାର ପରିଡ଼ା, ଅତିରିକ୍ତ କୃଷି ଅଧିକାରୀ ସୁନିତା ମିଶ୍ର, ବ୍ଲକ୍ କୃଷି ଅଧିକାରୀ ଉପେନ୍ଦ୍ର ପାରହି, ଅତିରିକ୍ତ କୃଷି ଅଧିକାରୀ ସୁଦିପ୍ତା ପ୍ରଧାନ ଏବଂ ଲକ୍ଷ୍ମୀନାରାୟଣ ସାହୁ ଯୋଗ ଦେଇ ମାଟିର ସୁସ୍ଥତା ନିମନ୍ତେ ମାଟି ପରୀକ୍ଷା କରିବା, ଜୈବିକ ସାର ବ୍ୟବହାର କରି ଉର୍ବରତା ବୃଦ୍ଧି ଉପରେ ବୈଜ୍ଞାନିକ କାରଣ ଦର୍ଶାଇ ତାଲିମ ପ୍ରଦାନ କରିଥିଲେ । ସରପଞ୍ଚ ପଞ୍ଚୁ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ଚାଷୀମାନଙ୍କ ପକ୍ଷରୁ ପୁରନ୍ଦର ଦିଗାଳ ଧନ୍ୟବାଦ ଅର୍ପଣ କରିଥିଲେ ।


