ସାଇ ଆଶ୍ରମରେ ବୃକ୍ଷ ରୋପଣ
ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଖୋର୍ଦ୍ଧାଜିଲ୍ଲା ସିକୋ ନିକଟସ୍ଥ ନାରଗଦା ସାଇ ଆଶ୍ରମ ପରିସରରେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ସାହୁ ଏବଂ ସିକୋର ପୂର୍ବତନ ସରପଞ୍ଚ ରୂପକାନ୍ତୀ ସାହୁଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ହିଁ ମନୁଷ୍ୟର ପରମ ବନ୍ଧୁ । ସମ୍ପ୍ରତି ଦିନକୁ ଦିନ ଶହ ଶହ ବୃକ୍ଷ ବଳି ପଡୁଛନ୍ତି । ଏହାଦ୍ୱାରା ଜଙ୍ଗଲ କ୍ଷୟ ହୋଇ ପରିବେଶ ପ୍ରଦୂଷଣ ହେବା ସହିତ ଜଳବାୟୁ ପରିବର୍ତ୍ତନରେ ବାଧକ ସାଜିଛି । ବନ୍ୟଜନ୍ତୁଙ୍କ ସଂଖ୍ୟା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଛଅ ଋତୁ ଆଜି ସାତସପନ । ଜୈବ ବିବିଧତା ବି ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ଦେଖା ଦେଇଛି ଅନେକ ସମସ୍ୟା । ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା । ବିଭିନ୍ନ ଔଷଧୀୟ ବୃକ୍ଷ ଲୋପ ପାଇବା ଫଳରେ ପ୍ରାକୃତିକ ଜଡ଼ିବୁଟି ଓ ଆୟୁର୍ବେଦିକ ଔଷଧର କୃତ୍ରିମ ଅଭାବ ଦେଖାଦେଇଛି । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ବୃକ୍ଷରୋପଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ବରିଷ୍ଠ ସାମ୍ବାଦିକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।


