ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମେୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ପୁରୁଷ ବନ୍ଧ୍ୟାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଥିବାର ଜଣାପଡିଛି । ଏହି ସଚେତନତା ରଥର ଶୁଭାରମ୍ଭ ଆଜି ଅର୍ଥାତ ୨୧-୨୭ ନଭେମ୍ବର ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବୁଲି ବୁଲି ସଚେତନତା କରିବ । ଏହି ରଥର ଶୁଭାରମ୍ଭ ନିମନ୍ତେ ଡାକ୍ତର ଅନଙ୍ଗ ସୁଦନ ଭୂୟାଁ, ଆୟୁଷ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖଙ୍କ ସମେତ ଏହାକୁ ପରିଚାଳନା କରିଥିଲେ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢୀ । ଏହା ସହ ବିପିଏମ୍ ଖଗେଶ୍ୱର ଓ ବିଏଏମ୍ ଏନ୍‌.ଶ୍ରୀନିବାସୁଲୁ ସହଯୋଗ କରିଥିଲେ । ଏଥିରେ ମୁଖ୍ୟତଃ ପୁରୁଷମାନେ ପରିବାର ନିୟୋଜନ ଆପଣାଣ ସୁଖୀ ପରିବାର ଗଢିବ ଖୁସିର ମୂଳଦୁଆ ପକାଇ ପୁରୁଷମାନାଙ୍କ ପାଇଁ ଏନ୍‌.ଏସ୍‌.ଭି ଏକ୍ ସହଜ ଫଳପ୍ରଦ ଓ ସୁରକ୍ଷିତ ଜନ୍ମନିରୋଧ ଉପାୟ, ଏଥିପାଇଁ ବେଶି କଟାକଟି ବା ସିଲେଇର ଆବଶ୍ୟକତା ନାହିଁ, ଏହାର ପାଶ୍ୱର୍ ପ୍ରତିକ୍ରି କିଛି ନାହିଁ, ଏହା ଦ୍ୱାରା ପୁରୁଷତବ ଓ ଯୈାନ ସୁଖ ହ୍ରାସ ହୁଏନାହିଁ, ସେବା ଗ୍ରହଣକାରୀଙ୍କ ପାଇଁ ୨୦୦୦ ଟଙ୍କା ପ୍ରତ୍ସାହନ ରାଶିର ସୁବିଧା ଉପରେ କୁହାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ