ଆକସ୍ମିକ ଅଗ୍ନିକାଣ୍ଡରେ ଅମଣିଆ ଭୋଗଦୋକାନ ପୋଡିଗଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଥିବା ସୈାରାନନ୍ଦ ସାହୁଙ୍କ ଅମଣିଆ ଭୋଗ ଦୋକାନଟି ସୋମବାର ସକାଳେ ଆକସ୍ମିକ ଅଗ୍ନିକାଣ୍ଡରେ ପୋଡିଯାଇଥିବା ଜଣାପଡିଛି । ଦୋକାନି ଶ୍ରୀ ସାହୁ ପୋଟଳୀ ପିଠା କରିବାକୁ ଚୂଲିରେ ବସାଇଥିବା ତେଳ କଡେଇଟିରେ ହଠାତ ନିଆଁ ଧରି ତାହା ଉପରକୁ ଉଠି ଯାଇଥିଲା । ଫଳରେ ସମଗ୍ର ଦୋକାନଟି ନିଆଁରେ ପୋଡିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ