ବିଶିଷ୍ଟ କବି ତଥା ଆଦର୍ଶ ଶିକ୍ଷକ ସତ୍ୟନାରାୟଣ ମହାନ୍ତିଙ୍କ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଶିଷ୍ଟ କବି ତଥା ନଗରମପଲ୍ଲୀ ସାହି ବାସିନ୍ଦା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ମହାନ୍ତିଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ହୋଇଥିଲା । ଏହି ଦୁଃଖଦ ଖବର ପ୍ରସାରିତ ହେବାପରେ ସହରର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଏନେଇ ସ୍ଥାନୀୟ ଉତ୍କଳ ହିତୈଷିଣି ସମାଜ ସଭା ଗୃହରେ ଉତ୍କଳ ହିତୈଷିଣି ସମାଜର ସମ୍ପାଦକ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍କଳ ହିତୈଷିଣୀ ସମାଜର ସଭାପତି ଗୁରୁଗୌରବ ଗୌର ଚନ୍ଦ୍ର ପଣ୍ଡା, ଯୁଗ୍ନ ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଯୋଗଦେଇ ସ୍ୱର୍ଗତ କବିଙ୍କର ତିନୋଟି ଭାଷାର ସୃଜନ କିବତା ଗୁଡିକର ଆଲୋଚନା କରିଥଲେ । ତାଙ୍କ ଜୀବନ କାଳରେ ପ୍ରାୟ ହଜାର ହଜାର କବିତାଲେଖାର ସ୍ମୃତିଚାରଣରେ ମୁଖ୍ୟ ପ୍ରସଙ୍ଗ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଶାଲତା ପାଣିଗ୍ରାହୀ, ଭାରତ ଭୂଷଣ ମହାନ୍ତି, ଜଗଦୀଶ ପ୍ରସାଦ ମହାପାତ୍ର, ହରିମୋହନ ପଟ୍ଟନାୟକ,ସୁରେଶ ଦାସ, ପ୍ରତାପ ଦାଶ, ବି. ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ କବି ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ