ରକ୍ଷଣା ବେକ୍ଷଣ ଅର୍ଥ ଥାଇ କାମ ରେ ଲାଗୁନି

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ରେ ଥିବା ବାଲିଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ବାରମ୍ୱାର ଅଭିଯୋଗ ହୋଇ ଆସୁଛି । ଏ ନେଇ ଗ୍ରାମବାସୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ବାରମ୍ୱାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଯାହାକୁ ନେଇ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଦାଣ୍ଡ ରେ ପଡି ହାଟରେ । ଏଭଳି ଅଭିଯୋଗ ଆସିଛି କ. ନୂଆଗାଁ ବ୍ଲକ ର ପିଡବ୍ଲୁଡି ରାସ୍ତା ଠାରୁ ଡେଡିମାହା ପର୍ଯ୍ୟନ୍ତ ୧୨୦.୬୧ ଲକ୍ଷ ଟଙ୍କାରେ ବ୍ୟୟ ଅଟକଳରେ ୩.୩୩୭କିମି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ହୋଇ ଥିଲା ।୧୪ଡ଼ିସେମ୍ବର ୨୦୧୮ରେ ରାସ୍ତା କାର୍ଯ୍ୟଟି ଆରମ୍ଭ ହୋଇଥିବା ବେଳେ ୧୩.୦୫.୨୦୧୯ ରେ ରାସ୍ତା କାର୍ଯ୍ୟଟି ଶେଷ ହୋଇଥିଲା । କିନ୍ତୁ ନିମ୍ନ ମାନର ରାସ୍ତା ନିର୍ମାଣ ବେଳେ ଠିକ ଭାବରେ ରୋଲର ବ୍ୟବହାର କରାଯାଇ ନଥିବା ଯୋଗୁଁ ଦୁଇ ଚକିଆ ଯାନ ରେ ଗଲେ ଖାଲ ଖମା ରେ ଯିବା ପରି ଅନୁଭବ ହେଉଛି । ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠି ଯାଇଥିବା ବେଳେ କର୍ଲ ଭଟ୍ ଗୁଡ଼ିକ ର ଅପ୍ରୋଚ ଦବୀ ଖାଲ ହୋଇ ଗଲାଣି । ନିର୍ମାଣ ଦିନଠାରୁ ସ୍ଥାନୀୟ ଲୋକେ ରାସ୍ତା କାମ ନିମ୍ନ ମାନର ହୋଇଥିବା ନେଇ ବାରମ୍ୱାର ଅଭିଯୋଗ ହେଉଥିଲେ ବି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସହକାରୀ କିମ୍ବା କନିଷ୍ଠ ଯନ୍ତ୍ରୀ କେହିବି ଶୁଣୁନାହାନ୍ତି। ବିଭିନ୍ନ ସମୟ ରେ ଦୁର୍ଘଟଣା ମଧ୍ୟ ଘଟୁଛି। ଏହି ରାସ୍ତା ର ରକ୍ଷଣ ବେକ୍ଷଣ ପାଇଁ ୪.୨୫ଲକ୍ଷ ଟଙ୍କା ରହିଥିବା ବେଳେ ଆଜି ପର୍ଯ୍ୟନ୍ତ କାହିଁକି ଖର୍ଚ୍ଚ କରାଯାଉନାହିଁ ନା ଫଲ୍ସ ବିଲ୍ କରି ଟଙ୍କା ଉଠାଇ ନିଆ ଗଲାଣି ତାହା ର ଉତ୍ତର କେହି ମଧ୍ୟ ଦେଉନାହାନ୍ତି । ବାଲିଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଙ୍କ ଅବସର ସମୟ ଆଉ କିଛି ଦିନ ଥିବା ବେଳେ ଯନ୍ତ୍ରୀ ଜଣକ ଦୀର୍ଘ ବର୍ଷ ହେଲା ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ଛତ୍ର ଛାୟା ତଳେ ରହି ଏଭଳି ନିମ୍ନ ମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । କ.ନୂଆଗାଁ ବ୍ଲକ ର କେବଳ ଡେଡି ମାହା ପ୍ରଧାନମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ସଡକ ରାସ୍ତା ନୁହଁ ଏଭଳି ବହୁ ରାସ୍ତା ଓ କୋଠା ଏଷ୍ଟିମେଟକୁ ଅଣ ଦେଖା କରି ନିମ୍ନ ମାନର କାମ ହୋଇଥିବା ନେଇ ବିଭିନ୍ନ ଗ୍ରାମବାସୀ ଅଭିଯୋଗ କରିବା ସହ ଭିଜିଲାନ୍ସ ଦାବୀ କରିଛନ୍ତି । ନିର୍ବାହୀ ଯନ୍ତ୍ରୀ ଙ୍କ ଅବସର ଚଳିତ ମାସ ରେ ହେଉଥିବାରୁ କାମ କୁ ନଦେଖି ବିଲ ପ୍ରସ୍ତୁତ କରି ରାତି ଅଧିଆ ଦସ୍ତଖତ କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ଏଣୁ ଜିଲ୍ଲାପାଳ ମଧ୍ୟ ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ