୩ବର୍ଷ ଧରି ଫେରାର କରିଥିବା ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଦୁଷ୍କର୍ମ ଅପରାଧ ଘଟାଇ ୨୦୧୯ରୁ ଫେରାର କରିଥିବା ଜଣେ ଅଭିଯୁକ୍ତକୁ ଗତକାଲି ଗଜପତି ଜିଲ୍ଲା କାଶୀନଗର ଥାନା ପୋଲିସ ଗିରଫ କରିଛି । ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ପ୍ରାୟ ୩ବର୍ଷ ଧରି ଉକ୍ତ ଅଭିଯୁକ୍ତ ଫେରାର କରି ରହିଥିଲା । ସେ ନିଜ ଘରକୁ ଆସିଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇବା ପରେ ତାକୁ ଗିରଫ କରାଯାଇଛି । ଅପରାଧ ଘଟାଇବା ବେଳକୁ ସେ ନାବାଳକ ଥିଲା । ତା ବିରୋଧରେ ପୋକ୍‌ସୋ ଆକ୍ଟ ଲାଗିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ