୧୨ଦଫା ଦାବି ନେଇ କାଶୀନଗରରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱା ର୍କର୍ସ ଆସୋସିଏସନ ଡାକରାରେ କାଶୀନଗର ବ୍ଲକ ଓ ଏନ୍‌ଏସିର ଅଙ୍ଗନବାଡିକର୍ମୀମାନେ ବିଡିଓଙ୍କ ଜିରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି । ବସଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ସେମାନେ ବ୍ଲକ ଅଫିସ୍‌ରେ ପହଂଚି ଥିଲେ ଓ ଦାବୀପତ୍ର ଦେଇଥିଲେ । ଉକ୍ତ ପ୍ତର ଅନୁଯାୟୀ, ବିଭିନ୍ନ ସମୟରେ ଅଙ୍ଗନବାଡି କର୍ମୀମାନେ ସେମାନଙ୍କ ସମସ୍ୟା ଆଧାରିତ ଦାବୀ ସରକାରଙ୍କୁ ଜଣାଇଥିଲେ ବି ଏଯାଏଁ ତାହା ପୂରଣ ହୋଇନାହିଁ । ତେଣୁପୁଣି ୧୨ ଦଫା ସମ୍ବଳିତ ଏହି ଦାବୀପତ୍ର ଦିଆଯାଉଛି । ଦାବୀ ମୁତାବକ ତୁରନ୍ତ ଅଙ୍ଗନବାଡିଙ୍କ ପ୍ରତି ସରକାରୀ କର୍ମଚାରୀ ସର୍ତ୍ତାବଳୀ ଲାଗୁ କରାଯାଉ । ଯେ ପର୍ଯ୍ୟନ୍ତ ଉଲ୍ଲିଖିତ ସର୍ତ୍ତାବଳୀ ଲାଗୁ ନ ହୋଇଛି ସେ ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀମାନଙ୍କୁ ମାସିକ ୧୮ହଜାର ଓ ସହାୟକମାନଙ୍କୁ ମାସିକ ୯ହଜାର ଟଙ୍କା ପାରିଶ୍ରମିକ ଦିଆଯିବା ଜରୁରୀ । ସେହିପରି ମିନି ଅଙ୍ଗନବାଡି କର୍ମୀମାନଙ୍କୁ ଅଙ୍ଗନବାଡି କର୍ମୀସ୍ତରକୁ ପ୍ରମୋଶନ୍‌, କରୋନାରେ ମୃତ୍ୟୁବରଣ କରିଥିବା କର୍ମୀ ଓ ସହାୟକମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ୫୦ଲକ୍ଷ ବୀମା ରାଶି ପ୍ରଦାନ, ଅବସରକାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଦେବା ସହ ମାସିକ ୫ହଜାରଟଙ୍କା ଭତ୍ତା, ଗାଆଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦେବା, ସମସ୍ତ ଅଙ୍ଗନବାଡି କେନ୍ଦ୍‌ୁ ରନ୍ଧନ ଗ୍ୟାସ୍ (ଚୂଲା ସହ ୧୪.୨ କେଜି ସିଲିଣ୍ଡର) ଯୋଗାଇଦେବା ଇତ୍ୟାଦି ଦାବୀ ବି ଉପସ୍ଥାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ