ସେରଙ୍ଗ ସଉରା ସମିଳନୀରେ କରଣା ଯୁଦ୍ଧାଙ୍କୁ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : କରଣା ଦୂତୀୟ ଲହର ଗ୍ରାମାଞ୍ଚଳ ପାଇଁ ବିପଦ ଆଣିଥିଲା । ଗ୍ରାମାଞ୍ଚଳରେ ସଂକ୍ରମଣ ସଂଖ୍ୟା ବଡୁଥିବାରୁ ଜିଲ୍ଲା ପ୍ରଶାସନ ବହୁ ପଦକ୍ଷେପ ନେଇଥିଲେ । କରଣା ଦୂତୀୟ ଲହର ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଗୁମ୍ମା ବ୍ଲକର ଅଧିକାଂଶ ଲୋକ ଟୀକାକରଣ କରିନଥିବା ଜଣାପଡିଛି । ଭାରତ ବର୍ଷରେ ଗୁମ୍ମା ବ୍ଲକ ସର୍ବନିମ୍ନ ଟୀକାକରଣ ତୁଳନାରେ ରହିଥିବା ଜଣାପଡୁଛି । ଏନେଇ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ନେଇଥିବା ବେଳେ ଏହି ଅଞ୍ଚଳର ଲକେ ଟୀକାକରଣ କରିବାକୁ ଭୟ କରନ୍ତି । ଏହାର ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲାପାଳ ରବିବାର ଡ଼ଃ ନବୀନ ବଡ଼ନାୟକ ଫାଉଣ୍ଡିସେନ ଓ ସଉରା ବାପଷ୍ଟିସ ସମ୍ମିଳନୀର ବେତିନି ବଙ୍ଗଳାରେ ଯୋଗ ଦେଇ କଭୀଡ ଯୋଦ୍ଧାମାନଙ୍କୁ ପୋଲିସ କର୍ମୀ, ଆଶା କର୍ମୀ, ମେଡିକାଲ କର୍ମୀ ଓ ସମ୍ମିଳନୀର କର୍ମୀଙ୍କୁ ଉପଢୌକନ ଦେଇ ସନ୍ନମାନ କରିଥିଲେ ଜିଲ୍ଲାପାଳ।ଏହାପରେ ସମ୍ମିଳନୀର କର୍ମକର୍ତ୍ତା ଚାଳକ, ଡ଼ିକନ, ଫାଷ୍ଟର ଓ ବଡ଼ନାୟକ ଫାଉଣ୍ଡିସେନ ମୁଖ୍ୟ କର୍ମଚାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୌଠକ ହୋଇଥିଲା। ବୈଠକର ମୂଳ ଲକ୍ଷ୍ୟ ହେଉଛି ଅଞ୍ଚଳର ଲୋକେ କେମିତି ଟୀକାକରଣ କରିବେ । ଏହାପର ସମ୍ମିଳନୀ କକ୍ଷଗୃହରେ ଟୀକାକରଣ କେମ୍ବ କରଯାଇଥିଲା ଏଠାରେ ନନ୍ଦିଘୋଷ ଟିଭିର ଜିଲ୍ଲା ପ୍ରତିନିଧି ସରୋଜ କୁମାର ବିରୋଙ୍କ ସମେତ ସମ୍ମିଳନୀର ଡ଼ିକନ,ପରିଚାଳକ ଓ ଅନେକ କର୍ମଚାରୀ ଦୂତୀୟ ଡୋଜ ଟୀକା ନେଇଥିଲେ । ସେହିପରି ବାରୁସିଂ ଓ ସେରଙ୍ଗ ଅଞ୍ଚଳରେ ୧୧୦ଜଣ ଟୀକାକରଣ ନେଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ପିଏଆଇଟିଡିଏ ସରୋଜ କୁମାର ବେହେରା, ତହସିଲଦାର ଭାସ୍କର ଚନ୍ଦ୍ର ସାହୁ,ବିଡ଼ିଓ ଅନୁପ ଅଭିଷେଖ ବେହେରା,ସମ୍ମିଳନୀ ସଭାପତି ମୋହିପାଳ କାର୍ଜି, ସମ୍ପାଦନା ଏଲିଆଜର ମଣ୍ଡଳ,କୋଷାଧ୍ୟକ୍ଷ ପୂର୍ଣ ଚନ୍ଦ୍ର ମଣ୍ଡଳ, ମନୋଜ ବଡ଼ନାୟକ, ଡ଼ଃ ପୋଲବ କୁମାର ଲିମ୍ମା, ଏଭିଯୋନ ମଣ୍ଡଳ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଟୀକାକରଣରେ ସତପ୍ରତିସଦ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏନେଇ ଜିଲ୍ଲାପାଳ ଅଞ୍ଚଳର ଜନସାଧାରଣକୁ ଟୀକାକରଣ କରିବାକୁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ