ଅଲଓଡ଼ିଶା ଅଙ୍ଗନୱାଡ଼ି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଅଙ୍ଗନୱାଡ଼ି ୱାର୍କସ ଆସୋସିଏସନର ରୋଡ଼ ରାଲି ଓ ବିଡ଼ିଓକୁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ୧୨ଦଫା ଦାବି ପତ୍ର। ସୂଚନା ଅନୁସାରେ ଏହି ରାଲି ଗୁମ୍ମା ହାଟପଦା ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁମ୍ମା ବ୍ଲକର ୩୪୦ ଅଙ୍ଗନୱାଡ଼ି ଓ ୱାର୍କସ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଭାରତୀୟ ମଜବୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଲ ୱାର୍କରସ ଆସୋସିଏସନ ତରଫରୁ କର୍ମଚାରୀ ମାନଙ୍କ ସମସ୍ୟା ସମ୍ପର୍କରେ ବିଭିନ୍ନ ଦାବି ରହିଛି।ଅଙ୍ଗନୱାଡ଼ି କର୍ମଚାରୀ ମାନଙ୍କୁ ସରକାରୀ ଘୋଷଣା କରିବା ସହିତ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା,ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନି ସେ ପର୍ଯ୍ୟନ୍ତ ଅଙ୍ଗନୱାଡ଼ି ଓ ମିନି ଅଙ୍ଗନୱାଡ଼ି ମାନଙ୍କୁ ସର୍ବନିମ୍ନ ୧୮ହଜାର ଓ ସହାୟିକା ମାନଙ୍କୁ ୯ହଜାର ବେତନ ସହ ଇପିଏଫଓ ପେନସନରେ ଅନ୍ତର୍ଭୁକ୍ତ,ମିନି ଅଙ୍ଗନୱାଡ଼ି ମାନଙ୍କୁ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା, କରଣାରେ ମୃତ୍ୟୁ ବରଣ କରିଥିବା କର୍ମୀ ଓ ସହାୟିକା ମାନଙ୍କୁ କେନ୍ଦ୍ର ସରକାରଙ୍କ ଘୋଷଣା ୫୦ଲକ୍ଷ ଟଙ୍କାର ବୀମା ରାଶି,ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ବାଦ ଦିଆଯାଉ,ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ପରିସର ପରିବେଶକୁ ଉନ୍ନତ ମାନର କରାଯାଉ ଓ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ରୋନ୍ଦନ ଗ୍ୟାସ ଚୁଲା ସହ ୨ଟି ସିଲିଣ୍ଡର ଯୋଗାଇ ଦିଆଯାଉ ଏମିତି ୧୨ଦଫା ଦାବି ପ୍ରଦାନ କରିଥିଲେ । ଏହି ରାଲିରେ ବ୍ଲକ ସଭାପତି ନିରୂପମା ପାଣିଗ୍ରାହୀ,ବ୍ଲକ ସମ୍ବାଦିକା ପ୍ରମୋଦିନି ଶବରଙ୍କ ସମେତ ଗୁମ୍ମା ବ୍ଲକର ୩୪୦ ଅଙ୍ଗନବାଡ଼ି,ମିନି ଅଙ୍ଗନବାଡ଼ି ଓ ସହାୟିକା ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ