ସେରଙ୍ଗ ଲାଞ୍ଜିଆ ସଉରରେ ମେକ୍ସ ପିକପ ଭେନର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସେରଙ୍ଗ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଓ ଓପିଲିପିର ମିଳିତ ଆନୁକୂଲ୍ୟରେ ମେକ୍ସ ପିକପ ଭେନ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ସୂଚନାଯୋଗ୍ୟ ସେରଙ୍ଗ ଏଲଏସଡ଼ିଏ ଓ ଓପିଲିପି ତରଫରୁ ଏକ ମେକ୍ସ ପିକପ ଭେନର ଉଦଘାଟନ କରି ଭୁବନି ଦୀପିକା ସ୍ୱୟଂ ସହାୟକ ଗୋଷ୍ଠୀ ଦଳକୁ ହସ୍ତାନ୍ତର କରିଥିଲେ ଜିଲ୍ଲାପାଳ।ଏହି ମେକ୍ସ ପିକପ ଭେନ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଅଧୀନରେ ୩ଟି ପଞ୍ଚାୟତ ଅଜୟଗୋଡ଼, ଭୁବନି, କୁଜାସିଂର ୩୨ଟି ରାଜସ୍ୱ ଗ୍ରାମରେ ଧାନ, ମାଣ୍ଡିଆ, ଗହମ, ତେନ୍ତୁଳି, ଲେମ୍ପୁ, କାଜୁ ଓ ପଣସ ଆଦି ବଣିଜଜାତ ଦ୍ରବ୍ୟ ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ କରିବ। ସେହିପରି ଲାଞ୍ଜିଆ ସଉରା ନାମରେ ପରିଚିତ ଲାଞ୍ଜିଆ ପାରମ୍ପରା ନୃତ୍ୟ ଦଳ ଓ ତୁମୁଲ ପଞ୍ଚୟତର ରୁମ୍ବରୁମ୍ବା ଆଦିବାସୀ ନୃତ୍ୟ ଦୋଳକୁ ପାରମ୍ପରିକ ନୃତ୍ୟ ପରିବେଷଣ ସାମଗ୍ରୀ ଢୋଲ,ତାଳ,ତୁରୀ,ମୋଉରୀ,ଟୁଟୁମ,ଝାଞ୍ଜ ଓ ପାରମ୍ପରିକ ପୋଷାକ ଏହି ଦୁଇ ଦଳକୁ ପ୍ରଥାନ କରିଥିଲେ ଜିଲ୍ଲାପାଳ।ଜିଲ୍ଲାପାଳଙ୍କ କହିବା ଅନୁସାରେ ଏହି ଅଞ୍ଚଳରେ ଅନେକ ଜଗଲି ଜାତ ଦ୍ରବ୍ୟ ଉତ୍ପାଦନ ହେଉଛି ଏଥି ପାଇଁ ଏହି ଅଞ୍ଚଳରେ ବଡ଼ ଗଦାମ ଗୃହ ନିର୍ମାଣ କରାଯିବ ଯାହା ଫଳରେ ଆମଦାନୀ ବାଣିଜ୍ୟରେ ଅଧିକ ଲାଭବାନ ହେବେ।ଏନେଇ ଦୀପିକା ଦୋଳ ଓ ଲାଞ୍ଜିଆ ସଉରା ନୃତ୍ୟ ଦୋଳ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଆଦିବାସୀଙ୍କ ଜୀବନୀ ଶୈଳୀରେ ଆର୍ଥିକ ଉନ୍ନତି ଦିଗରେ ଯେଉଁ ଉଦ୍ଦେଶ୍ୟ ରଖି ଏପରି ଯୋଜନା ପ୍ରସ୍ତୁତ କରିଥିବାରୁ ଜିଲ୍ଲାପାଳ ଓ ଏଲଏସଡ଼ିଏକୁ କୃତଜ୍ଞତା ଜ୍ଞାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳଙ୍କ ସମେତ ଅନ୍ୟତମ ଅତିଥି ଭାବେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ବେହେରା,ଗୁମ୍ମା ବିଡ଼ିଓ ଅନୁପ ଅଭିଷେଖ ବେହେରା, ତହସିଲଦାର ଭାସ୍କର ଚନ୍ଦ୍ର ସାହୁ,ଦୁର୍ଗା ମାଧବ ପଣ୍ଡା,ଏସ୍ଓ ଏଲଏସଡ଼ିଏ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜୀବନ ଦାସ,ଅକ୍ଷୟ କୁମାର ମହାନ୍ତି ଓ ଓପିଲିପି ସଂସ୍ଥାର କର୍ମଚାରୀ ମାନେ ।


