ବିଜେଡିର ଘର ବାହୁଡା ପର୍ବ: ଦଳକୁ ଫେରିଲେ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବନ୍ତ ବ୍ଲକ ବିଜେଡିରେ ବିଭିନ୍ନ ପଞ୍ଚାୟତରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । ରାଜ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟାନାୟକଙ୍କ ଲୋକାଭିମୁଖୀ ଶାସନ ଓ ଦଳର ସୁଦୃଢ ସଙ୍ଗଠନ ଉପରେ ଆସ୍ଥା ପ୍ରକଟ କରି ବିଜେଡି ଦଳ ଛାଡି ଅନ୍ୟ ଦଳକୁ ଯାଇଥିବା ନେତୃତ୍ୱ ଓ କର୍ମୀ ମାନେ ପୁନଶ୍ଚ ନିଜ ଦଳକୁ ଫେରୁଥିବା ଦେଖାଯାଇଛି । ସେହିପରି ଅନ୍ୟ ଦଳରେ ଥିବା ନେତୃତ୍ୱ ଓ କର୍ମୀ ମାନେ ମଧ୍ୟ ବିଜେଡିରେ ଯୋଗ ଦେଉଛନ୍ତି । ଏପରିପେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ଗତ ୨୦୧୯ ମସିହା ଠାରୁ ଦଳ ଠାରୁ ଦୂରେଇ ଚୁପ୍‌ଚାପ୍ ବସିଥିଲେ । ସେ ଏବେ ନିଜ ଦଳକୁ ପୁନର୍ବାର ଫେରିଛନ୍ତି । ସେହିପରି ବସନ୍ତିଆ ପଞ୍ଚାୟତର ବିଜେଡି ଦଳର ପୂର୍ବତନ ସରପଞ୍ଚ ତଥା ଜଣେ ଟାଣୁଆ ନେତା ଭାବେ ପରିଚିତ ଆନନ୍ଦ ଚନ୍ଦ୍ର ଓଝା ଗତ ୨୦୧୯ ମସିହା ଠାରୁ ଦଳୀୟ ମତାନ୍ତର ପାଇଁ ବିଜେଡି ଦଳ ଠାରୁ ଦୂରେଇ ଯାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ମଧ୍ୟ ସଂକ୍ରୀୟ ଭାବେ ଅଂଶ ଗ୍ରହଣ କରିନଥିଲେ । ସେ ଏବେ ବିଜେଡି ଦଳକୁ ଫେରିଛନ୍ତି । ଆଜି ବନ୍ତ ସ୍ଥିତ ବିଜୁ ଜନତା ଦଳ ସହାୟକ କେନ୍ଦ୍ର ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଉଭୟ ଟାଣୁଆ ନେତାଦ୍ୱୟ ବିଜେଡିକୁ ଫେରିଛନ୍ତି । ଏଥିସହିତ ଉଭୟ ନେତାଙ୍କ ପଛରେ ଥିବା ଶତାଧିକ ସାଥୀସମର୍ଥକ ମାନେ ବିଜେଡିରେ ମିଶିଥିବା ସୂଚନା ମିଳିଛି । ଏସମସ୍ତ କାର୍ଯ୍ୟ ରାଜ୍ୟ ବିଜେଡି ସଂପାଦକ ଇଂ.ପ୍ରୟାସକାନ୍ତି ସାମଲଙ୍କ ଉଦ୍ୟମରେ ସମ୍ଭବ ହୋଇପାରିଛି । ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗ ଦେଇ ଦଳକୁ ଫେରିଆସିଥିବା ଦୁଇ ନେତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ରବିନ୍ଦ୍ର ଦାସ, ପ୍ରଶାନ୍ତ ଦାଶ, ସୁଧାଂଶୁ ନାୟକ, ନିହାରିକା ରାଉତ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଭୀମସେନ ସାମଲ, କୃପାସିନ୍ଧୁ ସେଠୀ, ଦୁର୍ଗା ଚରଣ ଭୂୟାଁ, ଅଶୋକ ମହାନ୍ତି, ହୃଷିକେଶ ପାତ୍ର, ନିମାଇଁ ଜେନା, ସୁଶାନ୍ତ ସାହୁ, ଶଶୀକାନ୍ତ ଜେନା, ପ୍ରଶାନ୍ତ ସାମଲ, ଅଶୋକ ସାହୁ, ରମେଶ ପହି, ଜୀବନ ମଇକାପ, ବିଜୟ ବିଶ୍ୱାଳ, ରବିନ୍ଦ୍ର ଦାସ, ରଞ୍ଜନ ସାହୁ, ଜିତେନ୍ଦ୍ର ନାୟକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିପିନ ନାୟକ, ପ୍ରବୀର ରାଉତ, ଦେବଦତ୍ତ ଜଗଜୀପ ଜେନା, ସମୀମ ନୱାଜ୍‌, ନବ କିଶୋର ଜେନା, ରବିନ୍ଦ୍ର ସେଠୀ, ହେମନ୍ତ ମଲ୍ଲିକ, ଆଲୋକ ରାଉତ, ଅକ୍ଷୟ ଦାସ, ସଂଜୀବ ଦାସ, କୌଶିକ୍ ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ