ବିଧାୟକ ଉଦଘାଟନ କଲେ ନାଟକ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ଠାରେ ମା ଶ୍ୟାମାକାଳୀ ପୂଜା ଉପଲକ୍ଷେ ଗୋଲିଆ ଗ୍ରାମର ଶ୍ରୀ ଲଙ୍ଗଳେଶ୍ୱର ପାଠାଗାର ତରଫରୁ “ସେ ଦିନର କଥା ମନେ ଅଛିନା” ସାମାଜିକ ନାଟକ ନଭେମ୍ବର ୨୫ ତାରିଖ ରାତ୍ରରେ ମଞ୍ଚସ୍ଥ ହୋଇଯାଇଛି। ଉଦଘାଟକ ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗ ଦେଇ ନାଟକକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବ୍ଳକ ଅଧ୍ୟକ୍ଷା ମାମି ସେନାପତି, ମୁଖ୍ୟ ବକ୍ତା ଭାବେ ବ୍ଳକ ବିଜେଡି ସଭାପତି ମଦନଗୋପାଳ ଦୋରା, ବିଶିଷ୍ଠ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ପୂର୍ବତନ ଉପ ନଗରପାଳ ଚିତ୍ରସେନ ପ୍ରଧାନ, ବିଜେଡି ସମ୍ପାଦକ ଦିଲ୍ଲେଶ୍ବର ପାତ୍ର, ଯୁବ ବିଜେଡି ଉପସଭାପତି ଏ ଚନ୍ଦନ ଚର୍ଚ୍ଚିତ ପାତ୍ର, ଦଣ୍ଡନାଚ ସଙ୍ଘ ଜିଲ୍ଲା ସଭାପତି ଶିବରାମ ପ୍ରଧାନ, ଦଣ୍ଡନାଚ ସଙ୍ଘ ଜିଲ୍ଲା ସମ୍ପାଦକଶରତଚନ୍ଦ୍ର ସାହୁ, ଏବଂ ସମ୍ମାନିତ ଅତିଥି ଭାବେ ସରପଞ୍ଚ ମନୋରମା ପ୍ରଧାନ, ଧୋବା ପ୍ରଧାନ, ସୂର୍ଯ୍ଯମଣି ଗୌଡ, ବବୁଲ ନାୟକ, ବସନ୍ତ କୁମାର ସାମଲ, ବିଜୁଳି ଜେନା, ସନ୍ତୋଷ କୁମାର ଭୋଳ, ସୁଶାନ୍ତ କୁମାର ଆପଟ, ବସନ୍ତ କରଣ, ବସନ୍ତ କୁମାର ଜେନା, ଚନ୍ଦ୍ରଭାନୁ ସାହୁ, ପ୍ରଶାନ୍ତ କୁମାର ପ୍ରଧାନ, କୃଷ୍ଣ ରା, ବିବେକାନନ୍ଦ ବାରିକ, ବିଶିଷ୍ଠ ସମାଜ ସେବୀ ରବୀନ୍ଦ୍ର ନାଥ ପଣ୍ଡା, ସରକାରୀ ଓକିଲ ରବିନ୍ଦ୍ର କୁମାର ପଣ୍ଡା, ଅମର ପଟ୍ଟନାୟକ, ସୁନୀଲ କୁମାର ପାଢ଼ୀ, ରମଣ ନାୟକ, କେ.ତ୍ରିଲୋଚନ ଦୋରା, ସଂଜୟ ପାତ୍ର, ଗଙ୍ଗାପାଣି ଜେନା ସମେତ ବହୁ ମାନ୍ଯଗଣ ବ୍ଯକ୍ତି ଯୋଗଦାନ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ଶିବରାମ ପାତ୍ର ନାଟକକୁ ନିର୍ଦ୍ଦେଶନା ଦେଇଥିବା ବେଳେ ମାନସ ରଞ୍ଜନ ପ୍ରଧାନ ମଞ୍ଚ ପରିଚାଳନା ଏବଂ ପବିତ୍ର ପ୍ରଧାନ ଓ ବାଳକୃଷ୍ଣ ସାହୁ ନାଟ୍ୟ ପରିଚାଳନା କରିଥିଲେ। ଶ୍ରୀ ଲଙ୍ଗଳେଶ୍ବର ପାଠାଗାରର କଳାକାର ବୃନ୍ଦ ନିଖୁଣ ଅଭିନୟ କରି ଦର୍ଶକମାନଙ୍କ ମନ ମୋହିପାରିଥିଲେ। ପାଠାଗାରା ସଦସ୍ୟ, ଯୁବକ ସଂଘ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ