ଗୋଷାଣୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସଦର ଠାରେ ଥିବା ଗୋଷାଣୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ଏହି ସମ୍ବିଧାନ ଦିବସ ବିଷୟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କହିଥିଲେ ଯେ ରାଷ୍ଟ୍ର ମୌଳିକ ଆଇନକୁ ସମ୍ବିଧାନ କୁହାଯାଏ । ଆମ୍ଭେ ଭାରତବାସୀ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମ ନିରେପେକ୍ଷ ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରୂପେ ଗଠନ କରିବା ପାଇଁ ଦୃଢ ସଂକଳ୍ପ ନେଇ ଓ ଏହାର ନାଗରିକଙ୍କୁ ସାମାଜିକ ଓ ଉପାସନାର ସ୍ୱତନ୍ତ୍ରତା ସ୍ଥିତି ଓ ସୁବିଧା ସୁଯୋଗର ସମାନତାର ସୁରକ୍ଷା ପ୍ରଦାନ କରିବାକୁ ବ୍ୟକ୍ତି ମର୍ଯ୍ୟାଦା ଏବଂ ରାଷ୍ଟର ଐକ୍ୟ ସଂହତି ନିଶ୍ଚିତ କରି ସେମାନଙ୍କ ମଧ୍ୟରେ ଭାତୃଭାବ ଉତ୍ସାହିତ କରିବାକୁ ଏହି ୧୯୪୯ ମସିହା ନଭେମ୍ବର ୨୫ ତାରିଖ ଦିନ ଆମର ସମ୍ବିଧାନ ପ୍ରଣୟନ ସଭାରେ ଏହି ସମ୍ବିଧାନକୁ ଗ୍ରହଣ ଓ ପ୍ରଣୟନ କରୁଅଛୁ ଏବଂ ଆମେ ନିଜକୁ ଅର୍ପଣ କରୁଅଛି । ଏହାର ଅର୍ଥ ଭାରତ ଗୋଟିଏ ସ୍ୱତନ୍ତ୍ର ଦେଶ କାହା ଉପରେ ନିର୍ଭର ନାହିଁ । ନିଜ ଇଛାରେ ଦେଶର ପ୍ରଗତି ପାଇଁ ନିଷ୍ପତ୍ତି ନିଏ । ଏହି ଶବ୍ଦକୁ ୧୯୭୭୬ ସମ୍ବିଧାନ ସଂସଧନରେ ଯୋଡା ହୋଇଯାଇଥିଲା ଆମ ସମ୍ବିଧାନରେ ସମାଜବାଦ ଚିନ୍ତାଧାରା ଆଗରୁ ରହିଛି କିନ୍ତୁ ଏହା ଗଣତାନ୍ତ୍ରିକ ସମାଜବାତ । ୧୯୪୯ ନଭେମ୍ବର ୨୫ ତାରିଖ ଦିନ ଆମ ସମ୍ବିଧାନକୁ ଆମେ ଗ୍ରହଣ କରିଥିଲୁ ବୋଲି ବକ୍ତବ୍ୟ ରଖାଯାଇଥିଲା ।


