ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦଙ୍କ ବିୟୋଗରେ ସ୍ମୃତିି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ବିୟୋଗରେ ଏକ ସର୍ବଦଳୀୟ ସ୍ମୃତିସଭା ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ଡାକ୍ତର ବିଶ୍ୱ ପ୍ରକାଶ କାନୁନଗୋ, ପୂର୍ବତନ ପୈାରପାଳ ଧିରେନ ସାହୁ, ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ସିଂହ, ଧରଣୀଧର ସୁଆର, ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଂସଦର ସମ୍ପାଦକ ସୁଶିଲ କୁମାର ସାମଲ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ଚରଣ ତ୍ରିପାଠୀ, ଗୋଲଖ ଚନ୍ଦ୍ର ପଢିଆରୀ, ଆଶିଷ ସେନାପତି, ସୁବାଷ ପାତ୍ର, ଅବନ୍ତୀ ବେହେରା, ବିଜୟ ପରିଡା, ସେକ ସୈାକତ ଖାଁ, ସାମ୍ବାଦିକ ଚିତରଞ୍ଜନ ଦାସ, ଅକ୍ଷୟ କୁମାର ମହାନ୍ତି, ରଞ୍ଜନ କୁମାର ମଲିକ, ସୁଶ୍ରୀ ଅଞ୍ଜନା ମହାନ୍ତି, ସରୋଜରାଜ ସିଂ, ସୁହାନା ପରୱିନ, ମମତା ବେହେରା, ସୁଜାତା ବେହେରା, ପରୱାନା ଖାତୁନ, ଖ୍ୱାଜା ରମଜାନୀ, ନଗେନ୍ଦ୍ର ଜେନା, ସେକ ସମସେର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ସତ୍ୟପ୍ରିୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ